28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମୋଦୀ ଏବେବି ସବୁଠୁ ଲୋକପ୍ରିୟ ନେତା; ରାହୁଲଙ୍କ ମାନ୍ୟତାରେ ଉନ୍ନତି

ମୋଦୀ ଏବେବି ସବୁଠୁ ଲୋକପ୍ରିୟ ନେତା; ରାହୁଲଙ୍କ ମାନ୍ୟତାରେ ଉନ୍ନତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି । ଏନ୍‌ଡିଟିଭି ଓ ସିଏସ୍‌ଡିଏସ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ଭେ ଅନୁଯାୟୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି କ୍ଷମତାକୁ ଆସିବ ଏବଂ ମୋଦୀ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ବୋଲି ୪୩ ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି ।

ମୋଦୀଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ୨୭ ପ୍ରତିଶତ ଭୋଟ ମିଳିଛି । ସୂଚନାଯୋଗ୍ୟ ଭାରତ ଯୋଡୋ ଯାତ୍ରା ପରେ ରାହୁଲଙ୍କ ଲୋକପ୍ରିୟତାରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରଧାନମନ୍ତ୍ରୀ ପଦ ପ୍ରସଙ୍ଗରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଓ ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରତ୍ୟେକ ୪ ପ୍ରତିଶତ ଭୋଟ ମିଳିଥିବାବେଳେ ସମାଜବାଦୀ ପାର୍ଟି ଅଖିଳେଶ ଯାଦବ, ଜେଡିୟୁର ନୀତୀଶ କୁମାରଙ୍କୁ ଯଥାକ୍ରମେ ୩ ଓ ୧ ପ୍ରତିଶତ ଭୋଟ ମିଳିଛି । ଅନ୍ୟ ନେତାଙ୍କ ତୁଳନାରେ ମୋଦୀଙ୍କ ଭାଷଣ ଅଧିକ ତେଜସ୍ୱିନୀ ବୋଲି ୨୫ ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି । ମେ’ ୧୦ ଓ ୧୯ରେ ୧୯ଟି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking