34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବେରୋଜଗାରୀଙ୍କ ପାଇଁ ସରକାରଙ୍କ ଉପହାର

ବେରୋଜଗାରୀଙ୍କ ପାଇଁ ସରକାରଙ୍କ ଉପହାର

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଅଧିକାଂଶ ଲୋକ ଚାକିରି ହରାଇସାରିଲେଣି । ଦରମା ନମିଳିବା କାରଣରୁ କୋଟି କୋଟି ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ବେରୋଜଗାରଙ୍କ ପାଇଁ ଏକ ଉପହାର ଆଣିଛନ୍ତି । ଯଦି କରୋନା ସମୟରେ କେହି ଚାକିରି ହରାଏ, ତେବେ ତାଙ୍କୁ ବେରୋଜଗାର ଭତ୍ତା ମିଳିବ । ତେବେ ଆସନ୍ତୁ ଜାଣିବା ଆପଣ କିପରି ଏହି ଯୋଜନାର ଫାଇଦା ଉଠାଇପାରିବେ..
 
ଏହି ଯୋଜନାର ଲାଭ ସେହି ଲୋକଙ୍କୁ ମିଳିବ, ଯେ ୱାର୍କର ଏପ୍ଲୋଇ ରାଜ୍ୟ ବୀମା ନିଗମ ବା ଇଏସଆଇସି ଅଧୀନରେ ପଞ୍ଜୀକୃତ କରାଇଥିବେ । ବୋକରୀମାନଙ୍କୁ ଲାଭ ଦେବା ପାଇଁ ଇଏସଆଇସି ଦ୍ୱାରା ପରିଚାଳିତ ଅଟଳ ବୀମାଭୁକ୍ତ ବ୍ୟକ୍ତ କଲ୍ୟାଣ ଯୋଜନାକୁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେଉଁ ଶ୍ରମିକମାନେ ଅତି କମରେ ଗତ ୨ ବର୍ଷ ଧରି ଇଏସଆଇ ଯୋଜନା ସହ ଯୋଡି ହୋଇ ରହିଛନ୍ତି, ସେମାନେ ଏହି ଟଙ୍କା ପାଇଁ ।
ବେରୋଜଗାରୀଙ୍କୁ ଏହି ଭର୍ତ୍ତା ସର୍ବାଧିକ ୯୦ ଦିନ ପର୍ଯ୍ୟନ୍ତ ମିଳିବ । ସେମାନେ ୩ ମାସ ପାଇଁ ହାରାହାରି ଦରମାର ୫୦% ପାଇବେ । ପନୂର୍ବରୁ ଏହାର ସୀମା ୨୫ ପ୍ରତିଶତ ଥିଲା । ଏଥିପାଇଁ ଆପଣ ସିଧାସଳଖ ଇଏସଆଇସିର ବ୍ରାଞ୍ଚ କାର୍ଯ୍ୟାଳୟରେ ହେଉଥିବା ନିଯୁକ୍ତିଦାତା ମାଧ୍ୟମରେ ଯାଞ୍ଚ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking