26.1 C
Bhubaneswar
Friday, March 29, 2024
Homeଓଡିଶାଆମ୍ବେଦକର ମଡେଲ ସ୍କୁଲ ଓ ବୌଦ୍ଧ ବିହାର ଦାବୀ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି...

ଆମ୍ବେଦକର ମଡେଲ ସ୍କୁଲ ଓ ବୌଦ୍ଧ ବିହାର ଦାବୀ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ପତ୍ର ପ୍ରଦାନ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲାର ଅନୁସୂଚିତ ଜାତି ତଥା ଜନଜାତି ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଜରିଆରେ ଗଣ୍ଡାବଜା ସଂପାଦକ ତ୍ରିଲୋଚନ ନନ୍ଦ ଏକ ୫ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ୧୯ପ୍ରତିଶତ ଅନୁସୂଚିତ ଜାତି ଏବଂ ୨୧ ପ୍ରତିଶତ ଅନୁସୂଚିତ ଜନଜାତି ଲୋକ ବାସ କରନ୍ତି । ଏଣୁ ସାରା ଭାରତ ବର୍ଷରେ ଏହା ଏକ ଅନଗ୍ରସର ଜିଲ୍ଲା ରୂପେ ପରିଚିତ । ସରକାରଙ୍କ ତରଫରୁ ଅନୁସୂଚିତ ଜାତି, ଜନଜାତି, ଛାତ୍ର ଚାତ୍ରୀଙ୍କ ପାଇଁ ବିଭିନ୍ନ ଯୋଜନାରେ ଶିକ୍ଷାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଜନସଂଖ୍ୟାର ଅନୁପାତକୁ ଦେଖିଲେ ଆଦିବାସୀ ଏବଂ ଅନୁସୂଚିତ ଜାତି ମଧ୍ୟରେ ୫୫ ଏବଂ ୪୫ ପ୍ରତିଶତ ରହିବା କଥା କିନ୍ତୁ ଏହା ଆବଶ୍ୟକତା ଅନୁସାରେ ଢେର କମ ରହିଛି । ଯାହା ଫଳରେ ଅନୁସୂଚିତ ଜାତି, ଛାତ୍ର ଛାତ୍ରୀ ସରକାରଙ୍କ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ସେହିପରି ଜିଲ୍ଲାରେ ଥିବା ଏକଲବ୍ୟ ମୋଡେଲ ସ୍କୁଲରେ ଶତ ପ୍ରତିଶତ ଆଦିବାସୀ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ନିକଟରେ ବଲାଙ୍ଗିର ଜିଲ୍ଲାରେ କିସ୍ ମଧ୍ୟ ଏକ ବିଦ୍ୟାଳୟ ଆରମ୍ଭ କରିବ ଯେଉଁଥିରେ ଶତପ୍ରତିଶତ କେବଳ ଆଦିବାସୀ ଛାତ୍ର ଛାତ୍ରୀ ପାଠ ପଢିବେ । ଏଣୁ ଅନୁସୁଚିତ ଜାତି ଛାତ୍ର ଛାତ୍ରୀଙ୍କ ପାଇଁ ସରକାରୀ ସ୍ତରରେ ଉଚ୍ଚ ମାନର ଶିକ୍ଷାର ଆବଶ୍ୟକତା ରହିଛି । ଏଣୁ ଏକ ଆମ୍ବେଦକର ମୋଡେଲ ସ୍କୁଲ ଏକଲବ୍ୟ ସ୍କୁଲ ଢାଞ୍ଚାରେ ହେଲେ ଅନୁସୂଚିତ ଜାତି, ଛାତ୍ର ଛାତ୍ରୀ ଏହାର ସୁଯୋଗ ପାଇପାରିବେ । ବଲାଙ୍ଗିର ଜିଲ୍ଲାର ଶିଖ୍‌, ମୁସଲିମ, ଖ୍ରୀଷ୍ଟିୟାନ ସଂପ୍ରଦାନ ପାଇଁ ଏହି ବିଭାଗ କମ୍ପ୍ୟୁନିଟି ସେଣ୍ଟର ନିର୍ମାଣ କରୁଥିବା ବେଳେ ବୌଦ୍ଧ ଧର୍ମାଳମ୍ବିମାନଙ୍କ ପାଇଁ ବ୍ୟବସ୍ଥା କରିନାହିଁ । ଏଣୁ ଏକ ବୌଦ୍ଧ ବିହାରର ଆବଶ୍ୟକତା ରହିଛି । ଜିଲ୍ଲାରେ ପୁଇଁନ୍ତଲା ବ୍ଲକରେ ଅନୁସୂଚିତ ଜାତି, ଜନସଂଖ୍ୟା ସର୍ବାଧିକ ଥିଲେ ମଧ୍ୟ ଏହି ବ୍ଲକରେ ଏହି ବିଭାଗର ବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ତିଆରି ହୋଇନାହିଁ । ଅନ୍ୟ ସମସ୍ତ ବ୍ଲକରେ ଅବସ୍ଥିତ । ଏଣୁ ପୁଇଁନ୍ତଲା ବ୍ଲକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଦ୍ୟାଳୟ ଖୋଳିବାକୁ ଦାବି ରହିଛି । ଅନୁସୂଚିତ ଜାତି ଜନଜାତି ଛାତ୍ର ଛାତ୍ରୀ ପାଉଥିବା ଛାତ୍ରବୃତ୍ତି ତାଙ୍କ ଶିକ୍ଷା ପାଇଁ ନିହାତି କମ୍ ଆର୍ଥିକ ସାହାଯ୍ୟ । ଏଣୁ ଶିକ୍ଷା ପ୍ରତି ଧ୍ୟାନ ଦେଇ ଛାତ୍ର ଛାତ୍ରୀ ପାଠ ପଢିବାକୁ ହେଲେ ବୃତ୍ତିକୁ ନିହାତି ଭାବରେ ବର୍ଦ୍ଧିତ କରିବାର ଆବଶ୍ୟକତା ପଡୁଛି । ଏଣୁ ସମସ୍ତ ଦାବିକୁ ପୁରଣ କରିବାକୁ ସଚିବ, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରା ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking