28.1 C
Bhubaneswar
Wednesday, April 24, 2024
Homeଓଡିଶା୬ ଜିଲ୍ଲାରେ ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍

୬ ଜିଲ୍ଲାରେ ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍

ଭୁବନେଶ୍ୱର : ସୁନାମୀର ମୁକାବିଲା କରିବା ପାଇଁ ରାଜ୍ୟର ୬ ଜିଲ୍ଲାରେ ମକଡ୍ରିଲ ହୋଇଛି । ଭାରତର ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ମକଡ୍ରିଲ ହୋଇଛି । ସେହି ୬ଟି ଜିଲ୍ଲା ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ । କରୋନା ଯୋଗୁ ହୋଇଛି ଭର୍ଚୁଆଲ ମକଡ୍ରିଲ । ସୁନାମୀ ସୂଚନା କିପରି ଗାଁରେ ପହଞ୍ଚାଯିବ, ସେନେଇ ହୋଇଛି ମକଡ୍ରିଲ । ଏହି କାର୍ଯ୍ୟକ୍ରମରେ ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ, ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ ।

ତେବେ ୧୨୨ଟି ବାତ୍ୟା ଆଲର୍ଟ ସେଣ୍ଟରରେ ମକଡ୍ରିଲ ହୋଇଛି । ୩ ଥର ସାଇରନ ଓ ଭଏସ ବାର୍ତ୍ତାରେ ଦିଆଯାଇଛି ସୁନାମୀ ସୂଚନା । କିଭଳି ଲୋକମାନେ ଶୀଘ୍ର ସୂଚନା ପାଇପାରୁଛନ୍ତି, ସେନେଇ ଗୁରୁତ୍ୱ ଦିଆଯାଇଛି । ଓଡିଶାର ୨ଟି ଗାଁଗୁ ୟୁଏନଇଏସସିଓ ଦେଇଛି ସୁନାମୀ ପ୍ରସ୍ତୁତ ଗାଁ । ଗଞ୍ଜାମର ଭେଙ୍କଟରାୟପୁର ଓ ଜଗତସିଂହପୁରର ନୋଳିଆ ସାହିଁ ଏଥିରେ ସାମିଲ ରହିଛି । ଭାରତ ମହାସାଗରୀୟ ଦେଶରେ ଏହି ୨ଟି ଗାଁକୁ ହିଁ ମାନ୍ୟତା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking