33.1 C
Bhubaneswar
Thursday, April 25, 2024
HomeUncategorizedଓଡ଼ିଶାକୁ ଆଉ ୧୫୮ ମୋବାଇଲ୍ ଟାୱାର୍‌

ଓଡ଼ିଶାକୁ ଆଉ ୧୫୮ ମୋବାଇଲ୍ ଟାୱାର୍‌

ଭୁବନେଶ୍ୱର: ରାଜ୍ୟର ନକ୍ସଲ ଜିଲ୍ଲାଗୁଡ଼ିକ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ଏବେ ଅଣ୍ଟାଭିଡ଼ିଛନ୍ତି । ଦେଶର ପ୍ରମୁଖ ୧୦ଟି ମାଓ ଅଧ୍ୟୁଷିତ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୨୦୧୮ ମସିହା ମେ’ମାସରେ କେନ୍ଦ୍ର ସରକାର ମୋଟ ୪୦୭୨ଟିମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ନିଷ୍ପତିନେଇଥିଲେ । ଏଥିପାଇଁ ୭୩୩୦ କୋଟି ଟଙ୍କାରବ୍ୟୟ ଅଟକଳ କରାଯାଇଥିବା ବେଳେ ଓଡ଼ିଶାରେ ୪୮୩ଟି ଟାୱାର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ଗୁରୁବାର କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏକ ପ୍ରଶ୍ନର ଉତରରେ କେନ୍ଦ୍ର ଇଲେକ୍ଟ୍ରୋକ୍ସ ଓ ଆଇଟି ମନ୍ତ୍ରୀ ସଞ୍ଜୟ ଧୋଟ୍ରେ ଏହିସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଧୋଟ୍ରେ କହିଛନ୍ତି ଯେ ଓଡ଼ିଶାରଗ୍ରାମାଞ୍ଚଳ ଓ ଦୁର୍ଗମ ଅଂଚଳରେ ଟେଲି ଯୋଗାଯୋଗବ୍ୟବସ୍ଥାର ସୁଧାର ଆଣିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ସର୍ବାଧିକ ନକ୍ସଲ ଉପଦ୍ରୁତ ଜିଲ୍ଲାଗୁଡ଼ିକ ପାଇଁ ୨୩୫୫ଟି ମୋବାଇଲ ଟାୱାରର ନିର୍ମାଣ ସରିଛି ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୨୧୭ଟି ମୋବାଇଲ ଟାୱାର ନିର୍ମାଣ ନିମନ୍ତେ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିବା ବେଳେ ଏଥିରେ ଓଡ଼ିଶାର ୧୫୮ଟି ମୋବାଇଲ ଟାୱାର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking