40.1 C
Bhubaneswar
Thursday, April 25, 2024
Homeଓଡିଶାଛାତ୍ରଛାତ୍ରୀଙ୍କୁ ବିପଦକୁ ଟାଣୁଛି ଦୁର୍ବଳ ମୋବାଇଲ ନେଟୱାର୍କ

ଛାତ୍ରଛାତ୍ରୀଙ୍କୁ ବିପଦକୁ ଟାଣୁଛି ଦୁର୍ବଳ ମୋବାଇଲ ନେଟୱାର୍କ

ମୟୁରଭଂଜ – ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅନଲାଇନ ପାଠପଢା ବ୍ୟବସ୍ଥା କରିଛି ଶିକ୍ଷାବିଭାଗ। ହେଲେ ଏଥିପାଇଁ ଉଚ୍ଚଶକ୍ତି ସଂପନ୍ନ ମୋବାଇଲ ନେଟୱାର୍କ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇନି ସରକାର। ସ୍ବଳ୍ପଶକ୍ତି ସଂପନ୍ନ ଟାୱାର ଯୋଗୁଁ ମୋବାଇଲ ନେଟୱାର୍କ ଅଭାବରୁ ପାଠପଢା ପ୍ରତି ଆଗ୍ରହୀ ପିଲାମାନେ ଜୀବନ ବିପଦକୁ ଠେଲିଦେଇ କୋଉଠି ଗଛ ଉପରେ ତୋ ପୁଣି କୋଉଠି ପାହାଡ଼ ହୁଡି ଉପରକୁ ଚଢ଼ି ଯାଉଛନ୍ତି। ହେଲେ ଦେଶରେ 5G ନେଟୱାର୍କ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ଏବେ କାର୍ଯ୍ୟକରୁଛି 4G ମୋବାଇଲ ନେଟୱାର୍କ। ଏହା ଶକ୍ତିଶାଳୀ ଏବଂ ସ୍ପୀଡ଼ ନେଟୱାର୍କ କୁହାଯାଉ ଥିଲେ ମଧ୍ୟ ବାସ୍ତବରେ କୌଣସି ସୁଫଳ ମିଳୁନଥିବା ଘଟଣା ପ୍ରମାଣ କରିଛି ଅନଲାଇନ ପାଠପଢା ବ୍ୟବସ୍ଥା। ତେବେ କଣ 4G ନେଟୱାର୍କ ନାମରେ ଉପଭୋକ୍ତାଙ୍କୁ କମ୍ପାନୀ ଠକୁଛି କି ବୋଲି ପ୍ରଶ୍ନ ଉଠୁଥିବା ବେଳେ ସରକାର ଏହାର ଯାଞ୍ଚ କରାଇବେକି ବୋଲି ବିଭିନ୍ନ ମହଲରେ ଆଲୋଚନା ଯୋର ଧରିଥିବା ଦେଖାଯାଉଛି।ମୟୁରଭଞ୍ଜଜିଲ୍ଲା କେବଳ ନୁହେଁ ସମଗ୍ର ଦେଶବାସୀଙ୍କୁ ଯୋଡିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ଇଣ୍ଡିଆ  ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ତ୍ବରାନ୍ବିତ କରୁଛନ୍ତି l କିନ୍ତୁ  ଏବେବି ମୟୁରଭଞ୍ଜ ଜିଲ୍ଲାର ଏମିତି କିଛି ଗାଁ ଅଛି, ଯେଉଁଠି ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଛି l ସାମାନ୍ୟ ମୋବାଇଲ ନେଟୱର୍କ ଟିକକ ପାଇବା ପାଇଁ କସରତ କରିବାକୁ ପଡୁଛି, ଯାହା ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବାଉତିବେଡା ପଞ୍ଚାୟତ ଏବଂ ଏନବି ପୋଖରିଆ ପଞ୍ଚାୟତରେ l ଅନୁସନ୍ଧାନରେ ଜଣାପଡିଛି, 2ଟି ପଞ୍ଚାୟତରେ ସମୁଦାୟ 13ଟି ଗ୍ରାମ ଅଛି କିନ୍ତୁ ଏହି ପଞ୍ଚାୟତ ଏବେ ବି ଡିଜିଟାଲ ଇଣ୍ଡିଆ ସେବାରୁ ବଞ୍ଚିତ ହେଲାଭଳି ମନେହୁଏ l 2ଟି ପଞ୍ଚାୟତ ମଧ୍ୟରୁ ଏନବି ପୋଖରିଆ ପଞ୍ଚାୟତର ପୋଖରିଆ ଗ୍ରାମରେ କାଁ ଭାଁ ମୋବାଇଲନେଟୱର୍କ ଆସୁଛି l ସେହିପରି ଏକତାଳି, ରଙ୍ଗାମାଟିଆ, ପୁନଖି, ଦାନ୍ତୁଣୀ, କୁଲଗିଡ଼ିହି, ଅଶନଶିକଡ଼, ଘଡାବିନ୍ଧା, ଏବଂ ବାଉତିବେଡା ପଂଚାୟତର ଓଷାଡଲା, ବଡବାଲିଚୁଆ ଆଦି ଗାଁରେ କୌଣସି ପ୍ରକାର ମୋବାଇଲ ନେଟୱର୍କ ଆସୁନାହିଁ l ଫଳରେ ଲୋକେ ମୋବଇଲ ସେବାରୁ ବଞ୍ଚିତ ହେଉଛନ୍ତି l ସରକାର କହୁଛନ୍ତି ସ୍କୁଲ କି କଲେଜ ନଯାଇ ଘରେ ରହି online class କରନ୍ତୁ କିନ୍ତୁ ଏହି ଗ୍ରାମ ମାନଙ୍କରେ ନେଟୱର୍କ ଠିକ ଭାବରେ ଆସୁନଥିବାରୁ ଛାତ୍ର ମାନେ ଗଛ ଉପରେ ବସି online class କରିବାର ଦେଖିବାକୁ ମିଳିଛି,  ଏବଂ   ମୋବଇଲ ନେଟୱର୍କ ଆସୁ ନଥିବାରୁ ଅଞ୍ଚଳବାସୀ ମାନେ ମଧ୍ୟ ଜରୁରୀ କାଳୀନ ପରିସ୍ଥିତିରେ 102, 108 ଆମ୍ବୁଲାନ୍ସ ଓ ଦମକଳ ବାହିନୀକୁ ଯୋଗାଯୋଗ କରି ପାରୁନାହାନ୍ତି l ସେହିପରି ଦୁର୍ବଳ ମୋବାଇଲ ନେଟୱର୍କର ସମ୍ମୁଖୀନ ହୋଇ ଜରୁରୀକାଳୀନ ଭଳି ପରିସ୍ଥିତିରେ ସ୍ଥାନୀୟ ଲୋକମାନେ କୌଣସି ବଡ଼ଗଛ ଉପରେ ଚଢି ନଚେତ କୌଣସି ଉଚ୍ଚ ସ୍ଥାନରେ ବସି ମୋବଇଲ  ଫୋନ ବ୍ୟବହାର କରିଥାନ୍ତି l ତେବେ ଆଦିବାସୀ ଆଧ୍ୟୁଷତି ଉକ୍ତ ଅଞ୍ଚଳରେ ତୁରନ୍ତ ଉଚ୍ଚଶକ୍ତି ସଂପନ୍ନ ମୋବାଇଲନେଟୱର୍କ ବ୍ୟବସ୍ଥା କରାଇଲେ, ନିରୀହ ଆଦିବାସୀ ମାନଙ୍କର ଜୀବନ ଜୀବିକା ଉପରେ ନିଶ୍ଚିତ ପ୍ରଭାବ ଦେଖାଯାଇଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l
ରୁ ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking