27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚୀନର ଚିନ୍ତା ବଢ଼ାଇଛି ପିଲାଙ୍କ ଭିଡିଓ ଗେମ୍ ନିଶା

ଚୀନର ଚିନ୍ତା ବଢ଼ାଇଛି ପିଲାଙ୍କ ଭିଡିଓ ଗେମ୍ ନିଶା

ବେଜିଂ: ଲକଡାଉନ୍‌ରେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ପରେ ପିଲାଙ୍କର ବଢିଯାଇଛି ମୋବାଇଲ ଗେମ ନିଶା । ପିଲାଙ୍କର ଏହି ନିଶା ପାଇଁ ପ୍ରତି ଘରେ ଅସନ୍ତୋଷ ବଢିଚାଲିଛି । ମୁହାଁମୁହିଁ ହେଉଛନ୍ତି ଅଭିଭାବକ-ପିଲା । ଏ ସମସ୍ୟା ଖାଲି ଆପଣଙ୍କର ନୁହେଁ, ସାରା ବିଶ୍ୱ ଏବେ ଏହି ସମସ୍ୟାକୁ ସାମ୍ନା କରୁଛି । ପିଲାଙ୍କର ଏଇ ମୋବାଇଲ ଗେମ୍ ନିଶାକୁ ନେଇ ଚୀନର ଚିନ୍ତା ବଢିଛି । ଅନଲାଇନ୍ ହେଉ କି ଅଫଲାଇନ୍‌, ବିପଦ ବଢ଼ାଉଛି ଭିଡିଓ ଗେମ୍ । ଘଣ୍ଟା ଘଣ୍ଟା ଧରି ଏଥିରେ ମଜ୍ଜି ରହୁଛନ୍ତି ଚୀନର ୧୮ ବର୍ଷରୁ କମ୍ ବୟସର ପିଲା । ଭିଡିଓ ଗେମକୁ ଇ- ଡ୍ରଗ୍ସ ସହିତ ତୁଳନା କରି କଡ଼ା ନିଷ୍ପତ୍ତି ନେଇଛନ୍ତି ଚୀନ୍ ସରକାର । ସେଠାରେ କୌଣସି ପ୍ରକାର ନୂଆ ଭିଡିଓ ଗେମ୍ ବଜାରକୁ ଛଡ଼ାଯିବା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲାଗିଛି । ଭିଡିଓ ଗେମକୁ ଇଲେକ୍ଟ୍ରୋନିକ୍ସ ଡ୍ରଗ୍ ବୋଲି କହିବା ସହ, ଏହା ଉପରେ କଟକଣା ଲଗାଇଛନ୍ତି ଚୀନ୍ ସରକାର । ପିଲାଠୁ ଭିଡିଓ ଗେମ୍ ନିଶାଠୁ ଦୂରେଇ ରଖିବା ପାଇଁ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କଡ଼ା ପଦକ୍ଷେପ ନେଇଛନ୍ତି । ଏଣିକି ଚୀନରେ ଅନିର୍ଦ୍ଦିଷ୍ଟ ପାଇଁ କୌଣସି ନୂଆ ଭିଡିଓ ଗେମ୍‌କୁ ଲାଇସେନ୍ସ ଦିଆଯିବ ନାହି ବୋଲି ଘୋଷଣା କରାଯାଇଛି । ନୂଆ ଭିଡିଓ ଗେମ୍ ଲଞ୍ଚ୍ କରିବା ପାଇଁ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇବାକୁ ଜଟିଳ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ । ଏହି ନିଷ୍ପତ୍ତି ପରେ ଚୀନର ଭିଡିଓ ଗେମ୍ ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଲାଗିଛି । ଚୀନ୍‌ର ସର୍ବବୃହତ ଅନଲାଇନ୍ ଭିଡିଓ ଗେମ୍ କମ୍ପାନୀ ଟେନ୍େସଣ୍ଟ୍ ସହ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କିଶୋର ଓ ଯୁବକମାନେ ଭିଡିଓଗେମ୍‌ରେ ଘଣ୍ଟା ଘଣ୍ଟା ଧରି ମଜ୍ଜି ରହିବା ଫଳରେ ସମୟ ନଷ୍ଟ ହେବା ସହ ସେମାନଙ୍କ ଉପରେ ଉଭୟ ଶାରିରୀକ ଓ ମାନସିକ ପଡ଼ୁଛି । ଏହା ଏକ ପ୍ରକାର ନିଶା ପାଲଟିଯାଉଥିବା ଅନୁଭବ କରି ଚୀନ୍ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଚୀନ୍ ସରକାର ପିଲାଙ୍କ ଭିଡିଓ ଗେମ୍ ଖେଳିବା ଉପରେ କଟକଣା ଲଗାଇଥିଲେ । ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସପ୍ତାହରେ କେବଳ ୩ ଦିନ ମାତ୍ର ଅଧଘଣ୍ଟା ଲେଖାଏଁ ଭିଡିଓ ଗେମ୍ ଖେଳିବା ପାଇଁ ଅନୁମତି ମିଳିଥିଲା । ତେବେ ବର୍ତ୍ତମାନ ସରକାର ଅନଲାଇନ ଭିଡିଓ ଗେମ୍ ଲଞ୍ଚ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଚୀନ୍‌ରେ ବହୁ ଆଦୃତ ଗେମ୍ ଅନର୍ ଅଫ୍ କିଙ୍ଗ୍ସ୍ ଓ କ୍ଲାଶ୍ ଅଫ୍ କ୍ଲାନ୍ସ୍ ଖେଳି ୟୁଜରମାନେ ଦିନକୁ ଆଠ ଘଣ୍ଟା ପର୍ଯ୍ୟନ୍ତ ସମୟ ଖର୍ଚ୍ଚ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking