30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅନଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଫାଟିଲା ମୋବାଇଲ, ଆଖିବୁଜିଲେ ୧୧ ବର୍ଷର ଛାତ୍ର

ଅନଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଫାଟିଲା ମୋବାଇଲ, ଆଖିବୁଜିଲେ ୧୧ ବର୍ଷର ଛାତ୍ର

ନୂଆଦିଲ୍ଲୀ: ଅନଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଚାର୍ଜରେ ବସିଥିବା ଏକ ମୋବାଇଲ ଫୋନ ଅଚାନକ ଫାଟି ଯିବାରୁ ଜଣେ ଛାତ୍ରଙ୍କର ଅକାଳ ମୃତ୍ୟୁ ହୋଇ ଯାଇଛି । । ଏଭଳି ଏକ ଦୁଃଖଦ ଘଟଣା ଭିଏତନାମରେ ଘଟିଛି । ‘ ଦ ସନ୍‌ ୟୁକେ’ର ରିପୋର୍ଟ ମୁତାବକ କରୋନା ଯୋଗୁଁ ସ୍କୁଲ ଗୁଡିକବନ୍ଦ ରହିଥିବାରୁ ଏବେ ଅନଲାଇନ୍‌ କ୍ଲାସ୍‌ ଚାଲିଛି । ୧୧ ବର୍ଷର ଛାତ୍ର ଏହି କ୍ଲାସ କରୁଥିଲେ ।

ମଙ୍ଗଳବାର ମୋବାଇଲରୁ ଚାର୍ଜ ସରିଯିବାରୁ ମୋବାଇଲକୁ ଚାର୍ଜରେ ବସାଇ କାନରେ ଇଅର ଫୋନ ଦେଇ କ୍ଲାସ୍‌ ଆଟେଣ୍ଡ କରୁଥିଲେ। ଏହି ସମୟରେ ମୋବାଇଲ ଫାଟି ତାଙ୍କ ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡି ହୋଇଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking