30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆସାମରେ ବନ୍ଦ ହେଲା ମୋବାଇଲ ଇଣ୍ଟରନେଟ

ଆସାମରେ ବନ୍ଦ ହେଲା ମୋବାଇଲ ଇଣ୍ଟରନେଟ

ଆସାମ:ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତରପୂର୍ବାଞ୍ଚଳ ଅଶାନ୍ତ । ଆନ୍ଦୋଳନ ପାଇଁ ବିମାନବନ୍ଦରରୁ ବାହାରିବାରେ ମୁଖ୍ୟମନ୍ତ୍ରୀ ସୋନୋୱାଲଙ୍କ ବିଳମ୍ବ । ଆସାମର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ଘଣ୍ଟା ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଗୁଡିକ ୧୨ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଦିବ୍ରୁଗଡରେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି । ୧୨ ଓ ୧୩ତାରିଖରେ ଚାଲିବାକୁ ଥିବା ୧୨ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଆଉ ୧୦ଟି ଟ୍ରେନକୁ ଆଂଶିକ ବାତିଲ ପାଇଁ ରେଲୱେର ନିର୍ଦ୍ଦେଶ । ବିଭିନ୍ନ ସଂଗଠନ ପକ୍ଷରୁ ରେଳରୋକ ଡାକରା ପାଇଁ ଟ୍ରେନ ଗୁଡିକ ବାତିଲ କରାଯାଇଛି । ତେବେ ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତରପୂର୍ବାଞ୍ଚଳରେ ଅଶାନ୍ତ ଦେଖାଦେବା କରାଣରୁ କାଶ୍ମୀରରୁ ୨୦କମ୍ପାନୀ ଅର୍ଦ୍ଧସାମରିକ ବାହିନୀକୁ ଆସାମ ଆସିବାକୁ ନିର୍ଦ୍ଦେଶ ହୋଇଛି । ଅନ୍ୟାନ ରାଜ୍ୟରୁ ଆଉ ୩୦କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।
https://onakhabar.com/2019/12/11/strike-12/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking