29.1 C
Bhubaneswar
Thursday, April 25, 2024
Homeଓଡିଶାକଂଟେନମେଂଟ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଲା ମୋ ବସ୍

କଂଟେନମେଂଟ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଲା ମୋ ବସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟଆ ବୃଦ୍ଧି ପାଇବା ପରେ ଅନେକ ଅଂଚଳକୁ କଂଟେନମେଂଟ ଜୋନ ବୋଲି ଘୋଷଣା କରାଯାଇଛି । ସେଥିପାଇଁ ଉକ୍ତ ଅଂଚଳର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ମୋ ବସ ମାଧ୍ୟମରେ ଯୋଗାଇ ଦିଆଯାଇଛି । ଭୁବନେଶ୍ୱରରେ ୫ଟି କଂଟେନମେଂଟ ଅଂଚଳ ରହିଛି । ତେବେ ଆଜି ବମିଖାଲ୍ ଓ ସୂର୍ଯ୍ୟନଗର ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ସକାଳେ ‘ମୋ ବସ୍’ରେ ବିଭିନ୍ନ ବ୍ୟବସାୟୀଙ୍କୁ ନିଆଯାଇ କ୍ଷୀର, ପନିପରିବା, ଔଷଧ, ତେଜରାତି ସାମଗ୍ରୀ, ପ୍ୟାକେଜଡ୍ ଫୁଡ୍ ଭଳି ଦରକାର ଥିବା ସାମଗ୍ରୀ ଯୋଗାଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟୀଙ୍କଠାରୁ ନିଜ ନିଜର ଦରକାର ଥିବା ସାମଗ୍ରୀ ନେଇଛନ୍ତି। ଗୋଟିଏ ପରେ ଗୋଟିଏ ‘କରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଫଳରେ ସଂପୃକ୍ତ ଅଞ୍ଚଳରୁ ପ୍ରସ୍ଥାନ ଓ ପ୍ରବେଶ ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଏହାଯୋଗୁଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କଷ୍ଟ ଭୋଗୁଥିଲେ। ଏହାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking