31.1 C
Bhubaneswar
Friday, March 29, 2024
Homeଓଡିଶାମନରେଗା ଦୁର୍ନିତୀର ତଦନ୍ତ ନିର୍ଦ୍ଦେଶ

ମନରେଗା ଦୁର୍ନିତୀର ତଦନ୍ତ ନିର୍ଦ୍ଦେଶ

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ମୁକ୍ତାପଶି ପଚାଂୟତରେ ମନରେଗା ଦୁର୍ନିତୀ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପୁରୁଣା ଡ୍ରେନ୍‌କୁ ଦେଖାଇ ବିଲ୍ କରାଯାଉଛି ତ କେଉଁଠି କାଗଜ ପତ୍ରରେ କାମ ସରିଯାଉଛି । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବାପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲା ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ଉକ୍ତ ଦୁର୍ନିତୀର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅଭିଯୋଗ ମୁତାବକ, ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ମୁକ୍ତାପଶି ଦେଇ ରେଙ୍ଗାଲି ବାମ କେନାଲ ଯାଇଛି । ବଡଝରା ଠାରୁ କାମାକ୍ଷାନଗର ଯାଏ ପ୍ରାୟ ୨୫ କିମି ରାସ୍ତା ନର୍ମାଣ କରାଯାଇଥିଲା । ରାସ୍ତାରେ ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍ ମଧ୍ୟ ଖୋଳା ଯାଇଛି । ପୁରୁଣା ଡ୍ରେନ୍‌କୁ ମନରେଗାରେ କାମ ହୋଇଥିବା ଦର୍ଶାଇ ବିଲ୍ କରିନେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଅଭିଯୋଗକୁ ଭିତି କରି ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking