28.1 C
Bhubaneswar
Thursday, March 28, 2024
Homeଓଡିଶାପାଟଣା ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ପରଲୋକ

ପାଟଣା ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ପରଲୋକ

ପାଟଣା:  କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ବିଧାନସଭା ନର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ସେ ସ୍ନାୟୁ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସରେ ହୋଇଥିବା ଜଣାପଡିଛି । ନିଜ ଗାଆଁରେ ଆଜି ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।
ଗୌରହରିଙ୍କ ଜନ୍ମ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସାହାରାପଡ଼ା ବ୍ଲକର ହଳଦୀବଟା ଗ୍ରାମରେ। ସୈନ୍ୟବାହିନୀରୁ ଅବସର ଗ୍ରହଣ କରିବା ପରେ ଗୌରହରି ରାଜନୀତିରେ ସକ୍ରିୟ ହୋଇଥିଲେ। ତାଙ୍କୁ ବିଜେପି ୨୦୦୦ ମସିହାରେ ପ୍ରଥମେ ପାଟଣା ବିଧାନସଭା ନର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ବିଜୟୀ ହୋଇ ପ୍ରଥମ ଥର ଲାଗି ବିଧାୟକ ହୋଇଥିଲେ। ଏହାପରେ ପୁନର୍ବାର ଗୌରହରି ନାଏକ ୨୦୦୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking