35.1 C
Bhubaneswar
Tuesday, April 23, 2024
Homeଓଡିଶାସମସ୍ୟା ବହୁଳ ଗୋଠ ପଡାରେ ପହଞ୍ଚିଲେ ନରସିଂହ, ତୁରନ୍ତ ବିଜୁଳି ଓ ରାସ୍ତା ମରାମତି...

ସମସ୍ୟା ବହୁଳ ଗୋଠ ପଡାରେ ପହଞ୍ଚିଲେ ନରସିଂହ, ତୁରନ୍ତ ବିଜୁଳି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ

ପ୍ରତ୍ୟେକ ଗରିବ ଘରକୁ ପହଞ୍ଚିବ ପାଇପ ପାଣି

ବଲାଙ୍ଗିର : ଆଜି ବଲାଙ୍ଗିର ବିଧାୟକ ନରସିଁହ ମିଶ୍ର ବଲାଙ୍ଗିର ପୌରାଞ୍ଚଳ ସ୍ଥିତ ୧୭ ନଂ ୱାର୍ଡର ଗୋଠ ପଡା ଗସ୍ତରେ ପହଞ୍ଚି ଥିଲେ । ବିଧାୟକଙ୍କୁ ଲୋକେ ପାଛୋଟି ନେବା ସହ ଲୋକେ ତାଙ୍କ ନିତି ଦିନିଆଁ ସମସ୍ୟା ଯଥା ରାସ୍ତା, ପିଇବା ପାଣି ଓ ବିଜୁଳି ସମସ୍ୟା ନେଇ ବିଧାୟକଙ୍କୁ ଅଭିଯୋଗ କରିଥିଲେ । ଏହି ଅଂଚଳରେ ମୂଖ୍ୟତ ଅତି ଗରିବ ତଥା ଦଳିତ ଶ୍ରେଣୀର ଲୋକେ ବସବାସ କରୁଥିବାରୁ ଏମାନଙ୍କ ସ୍ୱର ପ୍ରଶାସନ ପାଖରେ ପହଞ୍ଚିପାରୁ ନାହିଁ । ପଡାକୁ ଥିବା କଚ୍ଚା ରାସ୍ତା ଝିପି ଝିପି ବର୍ଷାରେ ପଦଚଲା ଅବସ୍ଥାରେ ମଧ୍ୟ ନାହିଁ । ପଡାର ସବୁ ଅଂଚଳରେ ବିଜୁଳି ଖୁଣ୍ଟ ପୋତା ଯାଇଥିଲେ ହେଁ କୌଣସରି ଖୁଣ୍ଟରେ ଷ୍ଟ୍ରିଟ ଲାଇଟ ଟିଏ ନାହିଁ । ପଡାରେ ପିଇବା ପାଇଁ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣି ଟାଙ୍କି କାମ ନିର୍ମାଣ ହୋଇ ପାଇପ ବିଛା କାମ ସରିଛି କିନ୍ତୁ ଗାଁ ରେ କୌଣସି ଜାଗାରେ ଷ୍ଟାଣ୍ଡ ପୋଷ୍ଟ ଟିଏ ନାହିଁ । ଗୋଠପଡା ପୌରାଞ୍ଚଳରେ ଥିଲେ ମଧ୍ୟ ଏହି ଅଂଚଳକୁ ପୌରାଞ୍ଚଳ ତରଫରୁ ସବୁବେଳେ ଅଣଦେଖା କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅତି କ୍ଷୋଭର ସହ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଥିଲେ । ଏସବୁ ଆପତ୍ତି ଶୁଣି ସେଠାରେ ଥିବା ଲାଇଟ ଖୁଣ୍ଟ ଗୁଡିକରେ ଶିଘ୍ର ଲାଇଟ ଲଗେଇବା ଏବଂ ବର୍ଷା ଯୋଗୁଁ ଖରାପ କଚ୍ଚା ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ପୌରଅଧିକାରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଷା ପରେ ବିଷ୍ଣୁମୁଣ୍ଡା ରୁ ଗୋଠପଡା ପଯ୍ୟନ୍ତ ରାସ୍ତାକୁ ସ୍ଥାୟୀ ଭାବରେ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ । ଠିକ ସେହିପରି ପାନୀୟ ଜଳ ପାଇଁ ପାଇଫ ବିଛା ସରିଥିଲେ ମଧ୍ୟ ପଡାର ବିଭୀନ୍ନ ଅଂଚଳରେ ଷ୍ଟେଣ୍ଡ ପୋଷ୍ଟ ତଥା ଗୋଠ ପଡାର ପ୍ରତ୍ୟେକ ଗରିବ ପରିବାରକୁ ବିନା ମୁଲ୍ୟରେ ପାଇପ ପାଣି ଯୋଗାଇ ଦେବାକୁ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଏହି ପଡାରେ ଅନେକ ଗରିବ ଭୂମୀହିନ ପରିବାର ଥିବାରୁ, ସେମାନଙ୍କୁ ଦାବୀ ମୁତାବକ ବିନା ମୁଲ୍ୟରେ ଜମି ଓ ବାସଗୃହ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ବୋଲି ଶ୍ରି ମିଶ୍ର ଅଂଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଗସ୍ତରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ନଗର ସଭାପତି ବୁଲୁ ଦାନୀ, ଚନ୍ଦ୍ରମଣୀ ତରିପାଠୀ, ଲୋପନ ମିଶ୍ର, ସଞ୍ଜୟ ମିଶ୍ର ଓ ବୁଲୁ ବେହେରା ସମେତ ଗୋଠ ପଡାର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking