ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ୱର : ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ । ମଦନମୋହନଙ୍କ ପରଲୋକ ନେଇ ପୁଅ ମାନସ ଦତ୍ତଙ୍କ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି । ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡ଼ିତ ଥିଲେ । ପୂର୍ବରୁ ସେ ଦିଲ୍ଲୀ ଏମ୍ସରେ ମଧ୍ୟ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସକାଳ ୯.୪୫ରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିବାର ସୂଚନା ମିଳିଛି । ସେ ବିଜେପି ଟିକଟରୁ ପ୍ରଥମ ଥର ପାଇଁ ବାଲେଶ୍ୱର ସଦର ଆସନରୁ ଲଢ଼ି ଜୀବନ ପ୍ରଦୀପ ଦାସଙ୍କୁ ପରାସ୍ତ କରି ବିଜୟଲାଭ କରିଥିଲେ ଓ ବିଧାୟକ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । ତାଙ୍କ ମର ଶରୀରକୁ ନିଜ ନିର୍ବାଚନ ମଣ୍ଡଳୀକୁ ବାଲେଶ୍ୱର ସଦରକୁ ଅଣାଯିବ । ଏବଂ ତାଙ୍କ ଘରେ ପହଂଚିବା ପରେ ପରିବର୍ତ୍ତୀ ସମୟରେ କେଉଁଠି ନିର୍ଦ୍ଦିଷ୍ଟ ଯାଗାରେ ଶବ ସତ୍କାର କରାଯିବ ଏ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।