30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକରୋନାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ୫ ଲକ୍ଷ ସହାୟତା ଘୋଷଣା

କରୋନାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ୫ ଲକ୍ଷ ସହାୟତା ଘୋଷଣା

ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କୋଭିଡ ୧୯ ପାଇଁ ନିଜ ମାତାପିତା ଦୁହିଁଙ୍କୁ ହରାଇଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ଷ୍ଟାଲିନ ଶପଥ ନେଇ କାର୍ଯ୍ୟଭାର ସମ୍ଭାଳିବା ପରେ ସର୍ବପ୍ରଥମେ କରୋନାରୁ ଆଶ୍ୱସ୍ତି ସ୍ୱରୂପ ପ୍ରତି ପରିବାରକୁ ୪ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରିଥିଲେ ।  ଏହାପରେ ଷ୍ଟାଲିନ ୧୨ ମେ ରେ କୋଭିଡ ରୋଗୀଙ୍କ ଚିକିତ୍ସା ମଧ୍ୟରେ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରୁଥିବା ଡାକ୍ତରଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଥିଲେ । ସେ ଡାକ୍ତରଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ପାଇଁ ଘୋଷଣା କରିଥିଲେ । ୩ ମାସ ପାଇଁ ପ୍ରୋତ୍ସାହନ ଯୋଜନା ଅନୁସାରେ, ଏପ୍ରିଲ, ମେ ଓ ଜୁନ ଯେବେଠୁ କରୋନାର ଦ୍ୱିତୀୟ ଲହର ବ୍ୟାପିଛି, ଡାକ୍ତରଙ୍କୁ ୩୦ ହଜାର, ନର୍ସ ଓ ଟ୍ରେନି ଡାକ୍ତରଙ୍କୁ ୨୦ ହଜାର ପ୍ରଦାନ କରାଯିବ । ଏହାବ୍ୟତୀତ ସାନିଟାରି କର୍ମଚାରୀ, କାମ କରୁଥିବା ଲୋକଙ୍କୁ ବି ପ୍ରଦାନ କରାଯିବ । ସିଟି ସ୍କାନ ବିଭାଗରେ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ୧୫ ହଜାର ଟଙ୍କା ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking