28.1 C
Bhubaneswar
Friday, March 29, 2024
Homeଅପରାଧଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ

ଇସଲାମାବାଦ: ସମାଜରେ ନାରୀମାନେ ଆଜି ବି ଅସୁରକ୍ଷିତ । ଭାରତ ହେଉ ବା ପାକିସ୍ତାନ, ମହିଳାମାନେ କେଉଁଠି ବି ସୁରକ୍ଷିତ ନାହାଁନ୍ତି । ରକ୍ଷକ ଯଦି ଭକ୍ଷକ ସାଜିବ କାହା ଉପରେ ଭରଷା କରିବେ ଲୋକେ । ଏହାରି ମଧ୍ୟରେ ପାକିସ୍ତାନର କରାଚୀରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ୩ ଜଣ ଟ୍ରେନ୍ କର୍ମଚାରୀ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ବଳାତ୍କାର କରିଛନ୍ତି । ଚଳନ୍ତା ଟ୍ରେନରେ ହିଁ ରେଳ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ମେ’ ୨୭ ତାରିଖରେ ମହିଳା ଜଣଙ୍କ ବାହାଉଦ୍ଦିନ ଜକାରିଆ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। କରାଚୀର ଓରଙ୍ଗୀରେ ରହୁଥିବା ପୀଡିତା ନିଜ ପିଲାମାନଙ୍କୁ ଭେଟିବା ପାଇଁ ନିଜ ଶାଶୁଘର ମୁଜ୍ଜଫରଗଡ଼କୁ ଯାଉଥିଲେ । ଏହି ସମୟରେ ତାଙ୍କୁ ୩ ଜଣ ରେଳ କର୍ମଚାରୀ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ମହିଳା ଜଣକ କରାଚୀ ପାଇଁ ଏକ ଇକୋନୋମୀ ଶ୍ରେଣୀର ଟିକେଟ କିଣିଥିଲେ । ଯେତେବେଳେ ଟ୍ରେନଟି ରୋହରୀ ଷ୍ଟେସନରେ ପହଞ୍ଚିଥିଲା ୨ଜଣ ଟିକେଟ ଯାଞ୍ଚକାରୀ ଓ ତାଙ୍କ ଦାୟିତ୍ୱରେ ଥିବା ଅନ୍ୟ ଜଣେ କର୍ମଚାରୀ ମହିଳାଙ୍କୁ ଟ୍ରେନର ଥିବା ଏସି କମ୍ପାର୍ଟମେଣ୍ଟରେ ସିଟ୍‌ ଅଫର କରିଥିଲେ। ଏଥିରେ ମହିଳା ଜଣଙ୍କ ରାଜି ମଧ୍ୟ ହୋଇ ଯାଇଥିଲେ। ଏହାପରେ ସେ ତାଙ୍କୁ ସାଥୀରେ ଧରି କମ୍ପାର୍ଟମେଣ୍ଟ ଭିତରକୁ ଯାଇଥିଲେ। ସେଠାରେ ପୂର୍ବରୁ ଆଉ ୨ ଜଣ ରେଳ କର୍ମଚାରୀ ରହିଥିଲେ। ୩ ଜଣ ଯାକ ମିଳିତ ଭାବେ ମହିଳାଙ୍କୁ ଦୀର୍ଘ ସମୟ ଧରି ବଳାତ୍କାର କରିଥିଲେ। ମହିଳା ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking