39.2 C
Bhubaneswar
Thursday, April 18, 2024
Homeଅପରାଧ୮୭ ବର୍ଷୀୟା ଶଯ୍ୟାଶାୟୀ ମହିଳାଙ୍କୁ ଦୁଷ୍କର୍ମ

୮୭ ବର୍ଷୀୟା ଶଯ୍ୟାଶାୟୀ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଳୀ: ଆଜିକାଲିର ସମୟରେ ମହିଳା ମାନେ ସୁରକ୍ଷିତ ନଥିବା ବେଳେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମଧ୍ୟ ଦୋହଲି ଯିବେ । ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ମହିଳା ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ନିଜ ୬୫ ବର୍ଷୀୟ ଝିଅ ସହିତ ରହୁଥିଲେ । ଦିଲ୍ଲୀର ତିଲକ ନଜରରେ ଏଭଳି ଛାତି ଥରାଇ ଦେବା ଭଳି ଘଟଣା ରବିବାର ଦିନ ଘଟିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପିଡୀତା ତାଙ୍କ ଝିଅ ଘରେ ରହୁଥିଲେ । ରବିବାର ଝିଅ କୌଣସି କାମରେ ବାହାରକୁ ଯାଇଥିଲେ । ତେବେ ଝିଅ ଘରେ ନଥିବର ସୁଯୋଗ ନେଇ ରବିବାର ଅପରାହ୍ନରେ ଜଣେ ଅଜ୍ଞାତ ବ୍ୟକ୍ତି ଘରେ ପଶି ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲା । ଝିଅ ଘରକୁ ଫେରିବା ପରେ ମା’ଙ୍କ ପୋଷାକ ଚିରି ଯିବା ସହ ତାଙ୍କର ପ୍ରବଳ ରକ୍ତଶ୍ରାବ ହେଉଥିବାର ଦେଖିବାକୁ ପାଇଥିଲେ ।

ଏହାପରେ ସେ ଥାନାକୁ ଯାଇ ତାଙ୍କ ମାଆଙ୍କୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଏପରି ଘଟଣା ନୂଆ ନୁହେଁ, ଅନେକ ସମୟରେ ଏଭଳି ଘୃଣିତ ଘଟଣାମାନ ଘଟୁଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମହିଳାଙ୍କ ଝିଅ ୧୨.୧୫ରେ ଘରୁ ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ୧୨.୩୦ରେ ଘରେ ପଶିଥିଲା । ଏହାପରେ ଦିନ ୧.୩୦ରେ ସେ ବାହାରକୁ ଯାଇଥିବା ସିସିଟିଭିରେ କଏଦ ହୋଇଥିଲା । ଏହି ପ୍ରମାଣ ଆଧାରରେ ୩୦ ବର୍ଷୀୟ ସ୍ୱିପରକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking