37.1 C
Bhubaneswar
Saturday, April 20, 2024
Homeଓଡିଶାଗୋରେଖନାଥ ପୀଠରୁ ଉଦ୍ଧାର ଶିଶୁକନ୍ୟାର ମିଳିଲା ପରିଚୟ

ଗୋରେଖନାଥ ପୀଠରୁ ଉଦ୍ଧାର ଶିଶୁକନ୍ୟାର ମିଳିଲା ପରିଚୟ

ଜଗତସିଂହପୁର(ପ୍ରତାପ କୁମାର ସିଂହ):-ଘଣ୍ଟାଏ କି ଦୁଇ ଘଣ୍ଟା ନୁହଁ। ଦିନ ଯାଇ ରାତି ବିତିଲା । ଆଉ ମା’କୁ ନପାଇ କେତେ ବେଳେ କଅଁଳ ପିଲାଟି ରାହାଧରି କାନ୍ଦୁଥିଲା ତ’ ପୁଣି କେତେବେଳେ ତୁନି ହୋଇ ଯାଉଥିଲା । ଏମିତି ୨୪ ଘଣ୍ଟା ପରେ ନିଜ ପିଲା ପାଖରେ କେହି ଜଣେ ମହିଳା ପହଞ୍ଚି ଛୁଆର ମା’ ବୋଲି ଦାବି କରିଛନ୍ତି । ଆଉ କହିଛନ୍ତି ଇଏ ହେଉଛି ମୋ ଝିଅ । ମୁଁ ତାକୁ ନେଇ ଯିବାକୁ ଆସିଛି । ଗତକାଲି ଦୁଇବର୍ଷର କୁନି ଝିଅକୁ ଛାଡ଼ିଚାଲି ଯିବା ପରେ ଆଜି ଜଣେ ମହିଳା ପହଞ୍ଚି ଏମିତି ଦାବି କରିବା ଚର୍ଚ୍ଚା ଜୋର ଧରିଛି । ଶିଶୁକନ୍ୟାକୁ ନିଜ ଝିଅ ଦାବି କରି ଉଡଉରେ ପରଦିନ ମହିଳା ଜଣକ ପହଞ୍ଚିଥିଲେ ।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଜଗତସିଂହପୁର ଗୋରେଖନାଥଙ୍କ ପୀଠରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ପାଖରେ ଜଣେ ମହିଳା ନିଜର ଦୁଇ ବର୍ଷର ଛୁଆକୁ ଛାଡ଼ି ଚାଲିଯାଇଥିଲେ । ଆଉ କହିଥିଲେ, ମାଉସୀ ମୋ ସ୍ୱାମୀଙ୍କୁ ଖୋଜିବା ପାଇଁ ଯାଉଛି, ଝିଅକୁ ଟିକେ ଲକ୍ଷ୍ୟ କରିଥିବ । ଏହା ପରେ ମହିଳା ଜଣକ ଗୋରେଖନାଥ ପୀଠ ଭିତରକୁ ଯାଇଥିଲେ । ହେଲେ ଫେରିଲେ ନାହିଁ । ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ଛୁଆଟି ରାହା ଧରି କାନ୍ଦିଥିଲା । ବୃଦ୍ଧା ଜଣକ ଛୁଆଟିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଝିଅଟି ମାଆକୁ ନପାଇ ରାହା ଧରି କାନ୍ଦିବା ଆରମ୍ଭ କରିଥିଲେ । ଶେଷରେ ବୃଦ୍ଧା ଜଣକ ସ୍ଥାନୀୟ ଲୋକଙ୍କୁ ପୂରା ଘଟଣା କହିଥିଲେ । ଏହା ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଉଡଉ କୁ ହସ୍ତାନ୍ତର କରିଥିଲେ । ତେବେ ପରଦିନ ଶିଶୁକନ୍ୟାକୁ ନିଜ ଝିଅ ବୋଲି ଦାବି କରି ଉଡଉରେ ପହଞ୍ଚି ଥିଲେ ଉକ୍ତ ମହିଳା । ମହିଳାଙ୍କ ଘର କନ୍ଦରପୁର ଥାନା ଦାମୋଦରପୁର ଅଂଚଳରେ ହୋଇଥିବା ବେଳେ ୧୨ଦିନ ହେବ ଛାଡି ଚାଲିଯାଇଥିବା ସ୍ୱାମୀଙ୍କୁ ବହୁ ଖୋଜାଖୋଜି କରି ନପାଇବାରୁ ସେ ଭାଙ୍ଗିପଡିବା ସହ ବହୁଅଭାବ ଅନାଟନରେ ପାଖ ଦୋକାନରୁ ବାକିକରି ଚଳୁଥିବା ବେଳେ ଆଗକୁ ଝିଅର ରକ୍ଷଣା ବେକ୍ଷଣ କରିପାରିବେ ନାହିଁ ବୋଲି ଭାବି ଝିଅକୁ ଗୋରେଖନାଥଙ୍କ ମଠରେ ଛାଡି ସ୍ୱାମିଙ୍କୁ ଖୋଜିବାକୁ ଚାଲିଯାଇଥିଲେ ବୋଲି ମହିଳା ଜଣଙ୍କ ପ୍ରକାଶ କରିଥିବା ସୂଚନା ମିଳିଛି । ମହିଳା ଜଣଙ୍କ ନିଜର ଝିଅ ବୋଲି ପ୍ରମାଣପତ୍ର ଦେଖାଇଥିବା ସୂଚନା ମିଳିଛି । ତେବେ ପ୍ରମାଣପତ୍ର ସଠିକ୍ ଜଣାପଡ଼ିଲେ ଝିଅକୁ ହସ୍ତାନ୍ତର କରାଯିବ ଉଡଉ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking