34.1 C
Bhubaneswar
Friday, March 29, 2024
Homeଅପରାଧବଙ୍ଗୀୟ ଯୁବତୀଙ୍କୁ ହୋଟେଲରେ ଅସଦାଚରଣ

ବଙ୍ଗୀୟ ଯୁବତୀଙ୍କୁ ହୋଟେଲରେ ଅସଦାଚରଣ

ଭୁବନେଶ୍ୱର: ଦିନକୁ ଦିନ ମହିଳା ମାନଙ୍କ ପ୍ରତି ଅସଦାଚରଣ, ଦୁର୍ବବ୍ୟହାର, ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ତେବେ ଗତ କିଛି ଦିନ ପୂର୍ବରୁ ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ଭିଡିଓ ଦେଖାଇ ବ୍ଲାକ ମେଲିଂ କରୁଥିବା ବେଳେ ଏବେ ପୁଣି ସେହିଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟେଲରେ ।
ସୂଚନା ଅନୁସାରେ, ବହୁ ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ହୁଅନ୍ତୁ କିମ୍ବା ଆମ ଓଡିଶା ଭିତରର ପର୍ଯ୍ୟଟକ ମାନେ ଆସିଲେ ରହିବା ପାଇଁ ସାଧାରଣତଃ ହୋଟେଲ ବୁକିଂ କରିଥାଆନ୍ତି । ତେବେ ସେହିଭଳି ଜଣେ ବଙ୍ଗୀୟ ମହିଳା ପର୍ଯ୍ୟଟକ ଭୁବନେଶ୍ୱର ବୁଲିବା ପାଇଁ ଆସିଥିବା ବେଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ହୋଟେଲ ବୁକିଂ କରି ରହିଥିଲେ । ତେବେ ସେହି ହୋଟେଲରେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking