37.1 C
Bhubaneswar
Saturday, April 20, 2024
Homeଓଡିଶାମିସ୍ ଲିଟିଲ୍ କୁଇନ୍ ୟୁନିଭର୍ସ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସ୍ନେହାଶ୍ରୀଙ୍କ ବିଜୟୀ

ମିସ୍ ଲିଟିଲ୍ କୁଇନ୍ ୟୁନିଭର୍ସ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସ୍ନେହାଶ୍ରୀଙ୍କ ବିଜୟୀ

ଭୁବନେଶ୍ବର: ଦୃଢ ଇଛାଶକ୍ତି ପାଖରେ ସବୁକିଛି ହାର ମାନିଥାଏ । ସେ ଅଧିକ ବୟସ ହେଇଥାଉ କି କମ ବୟସ । ତେବେ ମାଲେସିଆରେ ଅନୁଷ୍ଠିତ ମିସ୍ ଲିଟିଲ୍ କୁଇନ୍ ୟୁନିଭର୍ସ ପ୍ରତିଯୋଗିତାରେ ଏକକାଳୀନ ୨ଟି ଟାଇଟଲ୍ ଜିତି ଓଡ଼ିଶାକୁ ଗର୍ବିତ କରିଛନ୍ତି ପୁରୁଣା ଭୁବନେଶ୍ବରର ୧୧ ବର୍ଷୀୟ କୁନି ଓଡ଼ିଆ ଝିଅ ସ୍ନେହାଶ୍ରୀ ସାହୁ ।
ଭାରତରୁ ସେ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ନେପାଳ, ଚୀନ୍ ଭଳି ୫୮ଟି ଦେଶରୁ ପିଲାଙ୍କୁ ଚୟନ କରାଯାଇଥିଲା । ମୁଖ୍ୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବା ଆଗରୁ ସେ ଶୀର୍ଷ ୧୨ଜଣଙ୍କ ମଧ୍ୟରେ ନିଜ ସ୍ଥାନ ନେଇ ସାରିଥିଲେ । ୧୨ଜଣଙ୍କୁ ନେଇ ପ୍ରତିଯୋଗୀତା ମଧ୍ୟ ହୋଇଥିଲା । ସେଥିମଧ୍ୟରୁ ୫ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ସେହି ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ନେହାଶ୍ରୀ ମଧ୍ୟ ଥିଲେ । ତେବେ ୫ଜଣଙ୍କୁ ନେଇ ଶେଷ ପର‌୍ୟ୍ୟାୟ ପ୍ରତିଯୋଗିତା ହୋଇଥିଲା । ଏଥିରେ ସ୍ନେହାଶ୍ରୀ ମିସ୍ ଲିଟିଲ୍ କୁଇନ୍ ଅଫ୍ ଦି ରାମ୍ପ୍ ମୁକୁଟ ସହ ଜାତୀୟ ପୋଷାକରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରି ବିଜେତା ହୋଇଛନ୍ତି । ଏନେଇ ସେ ବେଶ ଖୁସି ଥିବା କହିଛନ୍ତି । ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking