31.1 C
Bhubaneswar
Friday, March 29, 2024
Homeଅପରାଧଚକଲେଟ ଦେବା ବାହାନାରେ ୪ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ

ଚକଲେଟ ଦେବା ବାହାନାରେ ୪ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ

ନୂଆଦିଲ୍ଲୀ : ଚକଲେଟ ଦେବା ବାହନାରେ ଡାକିନେଇ ୪ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଜରେ । ଏଠାରେ ଜଣେ ୩୦ ବର୍ଷୀୟ ଯୁବକ ଚକଲେଟ ଦେବା ବାହାନାରେ ନୀରିହ ଶିଶୁ କନ୍ୟାଟିକୁ ଡାକିନେଇ ତା ସହ ଦୁଷ୍କର୍ମ କରିଥିଲା । ବର୍ତ୍ତମାନ ପୀଡ଼ିତାର ଅବସ୍ଥା ଗୁରୁତର ରହିଛି, ତାଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ମାଞ୍ଝାଗଡ଼ ଥାନା ଅଧୀନସ୍ଥ ଏକ ଗ୍ରାମର । ଗାାଁ ଲୋକେ ଅଭିଯୁକ୍ତକୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅଭିଯୁକ୍ତ ଜଣକ ବିବାହିତ ଏପରିକି ତା’ର ଦୁଇ ସନ୍ତାନ ମଧ୍ୟ ଅଛନ୍ତି ।

ସୂଚନା ଅନୁଯାୟୀ, ସନ୍ଧ୍ୟାରେ ପିଲାଟି ନିଜ ଘର ବାହାରେ ଖେଳୁଥିବାବେଳେ ଗ୍ରାମର ଜଗଦୀଶ ସହନୀ ନାମକ ଜଣେ ବ୍ୟକ୍ତି ଝିଅଟିକୁ ଚକଲେଟ ଦେବା ବାହାନାରେ ଡାକିନେଇଥିଲା ଏବଂ ତା ସହ ଦୁଷ୍କର୍ମ କରିଥିଲା । ପରେ ପିଲାଟି କାନ୍ଦି କାନ୍ଦି ଘରକୁ ଫେରିଥିଲା ଏବଂ ପରିବାର ଲୋକଙ୍କୁ କହିଥିଲା । ସେପଟେ ଘଟଣା ଜଣାପଡ଼ିବା ପରେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା ଜଗଦୀଶ । ଗାଁ ଲୋକ ଜଗଦୀଶ ପିଟି ପିଟି ଅଧମରା କରିଦେଇଥିଲେ । ଏହାପରେ ଖବର ପାଇ ପୋଲିସ ଗାଁରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।

ମାଞ୍ଝାଗଡ଼ ଥାନା ଅଧିକାରୀ ବିଶାଲ ଆନନ୍ଦ ମାମଲାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖାଯାଇଛି ବୋଲି କହିଛନ୍ତି । ମହିଳା ଥାନା ପୋଲିସ ହସ୍ପିଟାଲ ପହଞ୍ଚି ପୀଡ଼ିତଙ୍କ ପରିଜନଙ୍କ ବୟାନ ରେକର୍ଡ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking