30.1 C
Bhubaneswar
Thursday, April 25, 2024
Homeଅପରାଧଗାଈ ସହ କୁକର୍ମ କରିବା ପରେ ....

ଗାଈ ସହ କୁକର୍ମ କରିବା ପରେ ….

କନ୍ନୁର: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତେ ଜାଣନ୍ତି କି ପୁରୁଷ ମାନେ ମହିଳା ମାନଙ୍କ ସହିତ ଦୁଷ୍କର୍ମ କରିଥାଆନ୍ତି । କିନ୍ତୁ ଏଠି ଏମିତି କିଛି ଘଟଣା ଘଟିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଆଶ୍ଚର୍ଯ୍ୟ ଜନକ ଏବଂ ନିନ୍ଦନୀୟ ଘଟଣା କେରଳର କନ୍ନୁର ଅଞ୍ଚଳରେ ହୋଇଥିବା ଜଣାପଡିଛି । ତେବେ କେରଳରେ ନୃଶଂସତାର ସୀମା ପାର କରିଛନ୍ତି ଜଣେ ଯୁବକ। ପୂର୍ବରୁ ନିଜ ମନର ଭୋକ ମେଣ୍ଟାଇବା ପାଇଁ ପୁରୁଷ ମହିଳାଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ଯୁବକ ଜଣକ ଗାଈ ସହ କୁକର୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ ପରେ ବନ୍ଧା ଯାଇଥିବା ଦଉଡ଼ିରେ ଗାଈର ବେକକୁ କସି ହତ୍ୟା କରିଥିଲା । ଘଟଣା ବିଷୟରେ ପୁଲିସକୁ ସୂଚନା ମିଳିବା ପରେ ଏବେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତର ନାଁ ସୁମେଶ ବୋଲି ଜଣାପଡିଛି ।
ସୂଚନା ଅନୁସାରେ , ସୁମେଶଙ୍କ ଘର କନ୍ନୁର ଜିଲ୍ଲାରେ । ସୁମେଶ ପଡୋଶୀଙ୍କ କହିବାନୁସାରେ ସୁମେଶ ଗାଈକୁ ନିଜ ଘର ପଛପଟକୁ ନେଇ ଏଭଳି ଅପରାଧ କରିଥିଲା । ଏହା ପରେ ତା’ର ବେକରେ ବନ୍ଧାଯାଇଥିବା ଦଉଡ଼ି ସାହାଯ୍ୟରେ ଗାଈର ବେକକୁ କସି ହତ୍ୟା କରିଥିଲା ସୁମେଶ । ଗୋପାଳକ ଜଣକ ଗାଈ ନଥିବା ଦେଖି ଗାଁ ଲୋକଙ୍କ ସହ ମିଶି ଗାଈକୁ ଖୋଜିବା ଆରମ୍ଭ କରିଥିଲେ । ଗାଈଟିକୁ ବହୁତ ଖୋଜା ଖୋଜି କରିବା ପରେ ସୁମେଶର ଘର ପଛପଟେ ଗାଈର ମୃତଦେହ ପଡ଼ିଥିବାର ଦେଖିଥିଲେ ଗାଁ ଲୋକେ । ମୃତଦେହ ପାଖରେ ସୁମେଶର ପୋଷାକ ପଡ଼ିଥିବାର ଦେଖି ସେ ହିଁ ହତ୍ୟା କରିଥିବା ଜାଣି ପାରିଥିଲେ । ହେଲେ ଗାଈର ଡାକ୍ତରୀ ପରୀକ୍ଷା କରାଯିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସବୁ ଜାଣିବା ପରେ ସୁମେଶର ମାନସିକତା ବିଷୟରେ ଭାବି ଗାଁ ଲୋକେ ଆଶ୍ଚର୍ଯ୍ୟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking