ବ୍ରାହ୍ମଣୀଗାଁ : ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୪ରୁ ଫେରାର ଥିବା ଅଭିଯୁକ୍ତକୁ ବ୍ରାହ୍ମଣୀଗାଁ ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ଉକ୍ତ ଥାନା ଅଞ୍ଚଳ ବଟପଲ୍ଲୀ ସାହି ନିବାସୀ ସୁବ୍ରତ ସିଂ । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସିକେରମାହା ଅଞ୍ଚଳରୁ ଜଣେ ବ୍ୟକ୍ତି ନିଜ ପରିବାର ସହ ଆସି ସ୍ଥାନୀୟ ମାରିଆ ପଲ୍ଲୀ ସାହିରେ ରହି ବ୍ୟବସାୟ କରୁଥିଲେ । ତାଙ୍କର ନାବାଳିକା ଝିଅ ଦୁଷ୍କର୍ମ କରାଯାଇଥିବା ନେଇ ବ୍ରାହ୍ମଣୀଗାଁ ଥାନା ରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା । ସେହି ସମୟ ଠାରୁ ପୋଲିସ ଆଖିରେ ଧୂଳି ଦେଇ ଆସାମୀ ଜଣକ ଫେରାର ହୋଇ ଯାଇଥିଲେ । ବ୍ରାହ୍ମଣୀଗାଁ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଟ୍ରାକିଂ କରିବା ସହ ଆସାମୀକୁ ଧରିବା ପାଇଁ ଥାନା ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରି ଦାରିଙ୍ଗବାଡି ଥାନା ଅଞ୍ଚଳ ଗାଜଲ୍ ବାଡି ଘାଟିରୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ବୋଲି ଥାନା ଅଧିକାରୀ ଚାପା ଧାରୀ ପ୍ରଧାନ ସୂଚନା ଦେଇଛନ୍ତି ।