31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟିଂ, ଭୟରେ ଥରିବେ ଶତ୍ରୁ

ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟିଂ, ଭୟରେ ଥରିବେ ଶତ୍ରୁ

ନୂଆଦିଲ୍ଲୀ : ଶତ୍ରୁ ଦେଶକୁ କଡ଼ା ଜବାବ ଦେବାକୁ ତୟାରି । ପ୍ରସ୍ତୁତି ଏମିତି ହେବା ଦରକାର । ଲାଗିବା, ଲଢ଼ିବା କିମ୍ବା ଆଖି ଉଠାଇ ଚାହିଁବା ପୂର୍ବରୁ ଡରିବେ ଶତ୍ରୁ । ପୃଥିବୀ ବାୟୁମଣ୍ଡଳ ବାହାରେ ଇସ୍ରାଏଲ କରିଛି ମିସାଇଲ୍ ଟେଷ୍ଟିଂ । ଆରୋ-୩ ଆଣ୍ଟି ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ ସିଷ୍ଟମର ସଫଳତା ପୂର୍ବକ ପରୀକ୍ଷଣ ସରିଛି । ରକ୍ଷା ମନ୍ତ୍ରଣାଳୟର ମିସାଇଲ୍ ଡିଫେନ୍ସ ଅର୍ଗାନାଇଜେସନ ପ୍ରମୁଖ ମୋସେ ପଟେଲ ସୂଚନା ଦେଇ କହିଛନ୍ତି । ବାୟୁମଣ୍ଡଳ ବାହାରେ ମିସାଇଲ୍ କ୍ଷମତାର ସଫଳ ପରୀକ୍ଷଣ କରାଯାଇଛି । ଯାହା ଖୁବଶୀଘ୍ର ଇସ୍ରାଏଲ୍ ବାୟୁସେନାରେ ସାମିଲ ହେବ । ଗ୍ରାଉଣ୍ଡଜିରୋରେ କୌଣସି ବି ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତିର ପରୀକ୍ଷା କରାଯାଇଛି । ଯେଉଁଥିରେ ମିଳିଛି ସଫଳତା । ଟେକ୍ନୋଲୋଜି ଦୃଷ୍ଟିକୋଣରୁ ଏହି ମିସାଇଲ୍ ବହୁତ ଉନ୍ନତ । ବ୍ୟବହାର ପାଇଁ ପ୍ରସ୍ତତ ଅଛି ସେନା । ଆରୋ-୩ ମିସାଇଲର ଆଲଗୋରିଦିମ ବହୁତ ସ୍ୱତନ୍ତ୍ର । ଯାହାଦ୍ୱାରା ସମ୍ଭାବ୍ୟ ବିପଦକୁ ପୂର୍ବରୁ ଜାଣିପାରି ସହଜରେ ସାମ୍ନା କରିପାରିବ । ମଙ୍ଗଳବାର ଦୁଇଟି ଆରୋ-୩ର ଲାଇଭ୍ ଫାୟାର ଟେଷ୍ଟିଂ କରାଯାଇଥିଲା । ଉଭୟର ଟାର୍ଗେଟ ଥିଲା ଗୋଟିଏ । ଆରୋ ସିଷ୍ଟମେର ଲାଗିଥିବା ଅପରେସନାଲ ରାଡାର ଶତ୍ରୁ ହତିଆରର ସନ୍ଧାନ କରି ଫାୟାର ମ୍ୟାନେଜମେଣ୍ଟ ସିଷ୍ଟମକୁ ଡାଟା ପହଁଚାଇଥାଏ । ଯାହା ସମସ୍ତ ତଥ୍ୟର ବିଶ୍ଳେଷଣ କରିବା ସହ ଶତ୍ରୁର ଅସ୍ତ୍ର ମିସାଇଲ୍‌କୁ ଆକାଶରେ ରୋକି ପାରିଥାଏ । ଯେଉଁ ସମସ୍ତ ବିଷୟର ହୋଇଛି ଟେଷ୍ଟିଂ । ଆରୋ-୩ ବର୍ତ୍ତମାନ ଇସ୍ରାଏଲର ସବୁଠାରୁ ଉନ୍ନତ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ । ଯାହାର ଲକ୍ଷ୍ୟ ପୃଥିବୀ ବାୟୁମଣ୍ଡଳ ବାହାରେ ବାଲିଷ୍ଟିକ ମିସାଇଲ୍‌କୁ ରୋକିବା । ଏହା ସାହାର‌୍ୟରେ ପରମାଣୁ, ଜୈବିକ, ରାସାୟନିକ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଛଡ଼ାଯାଇପାରିବ । ଇସ୍ରାଏଲ ରକ୍ଷା ମନ୍ତ୍ରଣାଳୟ ମିସାଇଲ୍ ଡିଫେନ୍ସ ଅର୍ଗାନାଇଜେସନ୍ ଓ ଆମେରିକା ଡିଫେନ୍ସ ଏଜେନ୍ସି ଦ୍ୱାରା ମିଳିତ ଭାବେ ଏହାର ବିକଶିତ କରାଯାଇଛି । ଏବେ ଟାର୍ଗେଟ୍ ଆରୋ-୪ । ଆରୋ-୩ଠାରୁ ଅଧିକ ଉନ୍ନତ ଡିଫେନ୍ସ ସିଷ୍ଟମ୍ ଆରୋ-୪ । ମଙ୍ଗଳବାର ଇରାନ ବି ଅନେକ ବାଲିଷ୍ଟିକ ମିସାଇଲ ଟେଷ୍ଟିଂ କରିଛି । ସେଥିପାଇଁ ପଛରେ ପଡ଼ିବାକୁ ଚାହୁଁ ନାହିଁ ଇସ୍ରାଏଲ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking