26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ‘ମିର୍ଚି ବାବା’

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ‘ମିର୍ଚି ବାବା’

ଭୋପାଳ : ବନ୍ଧା ହେଲେ ମିର୍ଚି ବାବା ଓରଫ ବୈରାଜ୍ଞାନନ୍ଦ ଗିରି । ୨୦୧୯ ଲୋକସଭା ନିର୍ବାଚନରେ ଦିଗ୍‌ବିଜୟ ସିଂଙ୍କ ପାଇଁ ନିର୍ବାଚନୀ ପ୍ରଚାର କରି ଚର୍ଚ୍ଚାରେ ଥିବା ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କୁ ଭୋପାଳ ମହିଳା ପୋଲିସ୍ ଗିରଫ କରିଛି । ତାଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କର କୌଣସି ସନ୍ତାନ ହେଉ ନଥିବାରୁ ସେ ବାବାଙ୍କ ପାଖକୁ ଯାଇଥିଲେ । ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ । ହେଲେ ମହିଳା ଜଣକ ବାବାଙ୍କ ଧମକକୁ ନଡରି ପୋଲିସରେ ଅଭିଯୋଗ କରିଥିଲେ ।

ପୀଡ଼ିତାଙ୍କ ବୟାନ ଆଧାରରେ ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କ ବିରୋଧରେ ପୋଲିସ ବିଭିନ୍ନ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ଘର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ପଡ଼ୋଶୀ ଜିଲ୍ଲା ରାଇସେନ୍‌ରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିବାହର ୪ ବର୍ଷ ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କର କୌଣସି ସନ୍ତାନ ନାହିଁ । ଫଳରେ ସେ ମିର୍ଚି ବାବାଙ୍କ ସହ ଯୋଗାଯୋଗରେ ଆସିଥିଲେ । ପୂଜା-ପାଠ କଲେ ସନ୍ତାନ ପ୍ରାପ୍ତି ହେବ ବୋଲି ବାବା ଦାବି କରିଥିଲେ । ଏହାପରେ ଉକ୍ତ ମହିଳାଙ୍କୁ ଡାକି ନିଶା ଔଷଧ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ସୋମବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ବିଳମ୍ବିତ ରାତିରେ ଗ୍ୱାଲିୟରରୁ ମିର୍ଚି ବାବାଙ୍କୁ ଗିରଫ କରି ଭୋପାଳ ଆଣିଥିଲେ । ତାଙ୍କୁ ପଚରାଉଚରା ପରେ ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଦିଗ୍‌ବିଜୟ ସିଂ ନିକଟତର ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking