48ଦିନ ପରେ ନାବାଳିକା ଉଦ୍ଧାର ଓ ଅପହରଣକାରୀ ଗିରଫ

ଯାଜପୁର. ଅପରାଧୀ ମାନେ ଯେତେ ଚାଲାକ ହେଲେ ମଧ୍ୟ ପୋଲିସ ସେମାଙ୍କୁ ଧରି ବାରେ ସଫଳ ହେଉଛି ସୁକିନ୍ଦା ଥାନ ଅଧିକାରୀ ଅପହରଣକାରୀଙ୍କୁ ଧରିବା ସଂଗେ ଅପହୁତା ନାବାଳିକା ଉଦ୍ଧାର କରିଛନ୍ତି l ନାବାଳିକାକୁ ଉଦ୍ଧାର କରିବା ପାଇଁ 48ଦିନ ସମୟ ଲାଗି ଥିଲା l ନାବାଳିକା ଅପହରଣ କାରି ଭଗବାନ ମହାରଣାକୁ ଭଦ୍ରଜଲ୍ଲାଭଣ୍ଡାରିପୋଖରୀ ଅଞ୍ଚଳରୁ ଚଢ଼ାଉ କରି 5ତାରିଖରେ ଭଗବାନକୁ ଗିରଫ କରି ଅପହୁତା ନାବାଳିକାକୁ ଉଦ୍ଧାର କରି ଥିଲେ l ଭଗବାନ ଘର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ସେ ତାର ଭିଣେଇ ଘର ସୁକିନ୍ଦାରେ ରହି କାଠ କାମ କରୁଥିଲା ସଟ, ଲକ ଡାଉନ ସମୟରେ ଅପହୁତାନାବାଳିକା ଘରକୁ କାଠ କାମ କରିବା ପାଇଁ ଯାଇ ଥିଲା l ସେ ସମୟରେ ପ୍ରେମ ସମ୍ପର୍କ ହୋଇ ଥିଲା l ଏହି ସମ୍ପର୍କକୁ ଭଗବା ର ଧର୍ମ ମା ସୁମମ ଅଗ୍ରୱାଲ ସହାୟତା କରୁଥିଲା l ସେପ୍ଟେମ୍ବର 18ତାରିଖ ଭଗବାନ ନାବାଳିକାକୁ ସୁକିନ୍ଦା ଡାକି ଥିଲା l ସେଠାରୁ ଡ଼ୁବୁରୀ ଆଣି ବିବାହ କରିବାକୁ କହିଥିଲା ନାବାଳିକା ରାଜି ନ ହେବାରୁ ମାଡ ମାରି ଅପହରଣ କରି ନେଇ ଯାଇ ଥିଲା l ନାବାଳିକା ପିତା ଅପହରଣ ସମ୍ପର୍କରେ 22ତାରିଖରେ ସୁକିନ୍ଦା ଥାନରେ ଅଭିଯୋଗ କରି ଥିଲେ l ସୁକିନ୍ଦା ପୋଲିସ ଅଭିଯୋଗକୁ ଗ୍ରହଣ କରି 151/2020ଏକ ମକଦ୍ଦମା ରୁଜୁ କରି ଗୁରୁତର ଭାବରେ ଥାନା ଅଧିକାରୀ ଶିବ ଚରଣ ବେହେରା ନିଜେ ତଦନ୍ତ କରି ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗହ କରି ମୋବାଇଲି ନମ୍ବର ଟ୍ରାକ କରି ଆସାମୀକୁ ଧରିବା ପାଇଁ ଖୋରାକ ପାଇଁ ଥିଲେ l ଅଭିଯୁକ୍ତ ଧର୍ମମା ଠାରୁ ତଥ୍ୟ ସଂଗ୍ରହ କରି ଓ ମୋବାଇଲ ଟ୍ରାକକ କରି ଅଭିଯୁକ୍ତକୁ ଭଣ୍ଡାରୀପୋଖରୀ ଅଞ୍ଚଳରୁ ଧରିବାକୁ ସକ୍ଷମ ହୋଇଥିଲା l ନା ବାଳିକାର ସ୍କୃଟି ଓ ମୋବାଇଲକୁ ଧର୍ମ ମା ଜରିଆରେ ବିକ୍ରି କରି ଥିଲା l ବିବାହ କରିବା ପାଇଁ ନାବାଳିକାକୁ ଗୋଡ଼ ହାତ ବନ୍ଧୀ ଲୁହା ରଡ ପିଟି ମାନସିକ ପ୍ରଭୁତି ନିର୍ଯାତନା ଦେହି ଥିବାର ଅଭିଯୋଗ ହୋଇଛି l ନାବାଳିକା ଠାରୁ ସମସ୍ତ ବିବରଣୀ ସଂଗହ କରି ଭଗବାନ ଓ ତାର ଧର୍ମମାକୁ ଗିରଫ କରି କୋର୍ଟକୁ ପଠାଇଛି l ନା ବାଳିକା ବୟାନ ଅନୁସାରେ ପୋଲିସ ଆ ଇ ପି ସି ଧାରା 307, 376(2)(n)363,, 366, 323, 34ଆ ଇ ପି ସି ଓ 6, 17ପୋସ୍କ ଆଇନ ରେ ମକଦ୍ଦମା ରୁଜୁ କରିଛି l

LEAVE A REPLY

Please enter your comment!
Please enter your name here