26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ରେମିକ ସହ ସମୟ ବିତାଇ ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ନାବାଳିକା କହିଲେ ଏମିତି...

ପ୍ରେମିକ ସହ ସମୟ ବିତାଇ ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ନାବାଳିକା କହିଲେ ଏମିତି ….

ହାଇଦ୍ରାବାଦ୍: ଦେଶରେ ଦୁଷ୍କର୍ମ ଭଳି ଅପରାଧ ବଢି ବଢି ଚାଲିଥିବା ବେଳେ ଜଣେ ୧୬ବର୍ଷୀୟା ନାବାଳିକା କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଷ୍କର୍ମ ଭଳି ବିଷୟକୁ ଏବେ ଦେଶରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଇନକୁ କଠୋର କରିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଜଣେ ନାବଳିକା ଗଣଦୁଷ୍କର୍ମ ହୋଇଥିବା ନେଇ ମିଛ କହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘରକୁ ଫେରିବାରେ ବିଳମ୍ବ ହେବାରୁ ନାବାଳିକାଜଣଙ୍କ ନିଜ ପରିବାର ଲୋକଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ମିଛ କହିଥିଲେ।
ପୁଲିସ ସୂଚନା ଅନୁସାରେ ନାବାଳିକା ଟଙ୍କା ଚୋରି କରିବାକୁ ନେଇ ନିଜ ମା’ଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ରାଗରେ ଘରୁ ବାହାରି ଯାଇଥିଲେ। ରାତି ଅଧିକ ହେବା ପରେ ଝିଅ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜା ଖୋଜି ଆରମ୍ଭ କରିଥିଲେ। ଶେଷରେ ବିଳମ୍ବିତ ରାତିରେ ପ୍ରେମିକ ସହ ସମୟ ବିତାଇ ଘରେ ପହଞ୍ଚିଥିଲେ ନାବାଳିକା। ଘର ଲୋକେ ରାଗିବେ ଭାବି ନାବାଳିକାଜଣଙ୍କ ଗଣଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକଙ୍କୁ ମିଛ କହିଥିଲେ। ଝିଅ ସହ ଗଣଦୁଷ୍କର୍ମ ହୋଇଥିବା ଶୁଣି ପରିବାର ଲୋକେ ନାବାଳିକାକୁ ଧରି ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ, ଜଣେ ବାଇକ୍ ଆରୋହୀ ମୋର ଅଶ୍ଲୀଳ ଭିଡିଓ ରଖିବା କଥା କହି ଭାଇରାଲ କରିବାର ଧମକ ଦେବା ସହ ମୋତେ ବାଇକରେ ବସାଇ ନେଇ ଅମୀନପୁରରେ ପହଞ୍ଚିବା ପରେ ୪ଜଣ ମିଶି ମୋ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ପୁଲିସକୁ କହିଥିଲେ ନାବାଳିକା। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ପ୍ରମାଣ ମିଳି ପାରିନଥିଲା । କିଛି ଦିନ ପରେ ପୁଲିସ ପୁଣି ଥରେ ନାବାଳିକାକୁ ଡ଼ାକି ପଚାରିବାରୁ ସେ ମିଛ କହିଥିବା ସ୍ୱୀକାର କରିଥିଲା । ପୁଲିସ ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା। ନାବାଳିକା ନିଜ ଭୁଲ ପାଇଁ କ୍ଷମା ମାଗିବାରୁ ପୁଲିସ କ୍ଷମା ଦେଇ ନାବାଳିକାକୁ ଛାଡ଼ି ଦେଇଥିବା ଜଣା ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking