30.1 C
Bhubaneswar
Thursday, April 25, 2024
Homeଅପରାଧଲିଫ୍ଟ ଦେବାକୁ କହି ଦୁଇ ଯୁବକ ସ୍କୁଲରୁ ଆସୁଥିବା ଝିଅକୁ ଗଣବଳାତ୍କାର କରିଛନ୍ତି 

ଲିଫ୍ଟ ଦେବାକୁ କହି ଦୁଇ ଯୁବକ ସ୍କୁଲରୁ ଆସୁଥିବା ଝିଅକୁ ଗଣବଳାତ୍କାର କରିଛନ୍ତି 

ଜୟପୁର: ରାଜସ୍ଥାନର ନାଗଉର ମାରୋଥ ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଦୁଇ ଜଣ ଯୁବକ 15 ବର୍ଷର ବାଳିକାକୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶନିବାର ଏନେଇ ଏକ ମାମଲା ରୁଜୁ କରାଯାଇଛି, ଅଭିଯୋଗ ଭିତ୍ତିରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ହୋଇଥିବା ମାମଲା ଅନୁଯାୟୀ,ଝିଅର ବାପା ଦାବି କରିଛନ୍ତି ଯେ ତାଙ୍କ ନାବାଳିକା ଝିଅ ବୁଧବାର ଦିନ ତାଙ୍କ ସ୍କୁଲକୁ ଯାଉଥିଲାବେଳେ ବାଇକ୍ ରେ ଯାତ୍ରା କରୁଥିବା ଦୁଇ ଅଭିଯୁକ୍ତ ତାଙ୍କୁ ଲିଫ୍ଟ ପ୍ରଦାନ କରିଥିଲେ। ସନ୍ଦେହ କରାଯାଉଛି ଯେ ବାଟରେ ଅଭିଯୁକ୍ତ ନାବାଳିକାକୁ ଡ୍ରଗ୍ସ ଦେଇଥିଲେ ​​ଏବଂ ପରେ ତାଙ୍କୁ
ନେଇଯାଇ ଯୌନ ନିର୍ଯାତନା ଦେଇଛନ୍ତି । ଏପରିକି ସେମାନେ ଏହି ଘୃଣ୍ୟ କାର୍ଯ୍ୟର ଏକ ଭିଡିଓ ରେକର୍ଡ କରି ଝିଅର ପରିବାରକୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ।

ଡେପୁଟି ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି ତଦନ୍ତ ଦାୟିତ୍ବ ଦିଆଯାଇଛି। ଝିଅଟିର ପିତା ତାଙ୍କ ଏଫଆଇଆରରେ ଶଙ୍କର ଲାଲ (22) ଏବଂ ଓମ ପ୍ରକାଶ (21) ଙ୍କ ନାମ ଉଲ୍ଲେଖ କରିଛନ୍ତି । ଝିଅଟିର ବିବୃତ୍ତି ରେକର୍ଡ କରାଯାଇଛି ଏବଂ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି। ଏହି ମାମଲାରେ ପଳାତକ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଅନ୍ୟ ଏକ ଘଟଣାରେ ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ଜଣେ 13 ବର୍ଷର ବାଳିକାକୁ 21 ବର୍ଷ ବୟସ୍କ ଯୁବକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି । ନାବାଳିକାର 35 ବର୍ଷ ବୟସ୍କା ମା’ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନାନୁସାରେ, ଗିରଫ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ତାଙ୍କ ବାସଭବନରେ ଏକୁଟିଆ ପାଇଁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗରେ ଦର୍ଶାଯାଇଛି 1 ତାଙ୍କ ପିତାମାତା, ଉଭୟ ଶ୍ରମିକ ଓ କାମ କରିବାକୁ ଯାଇଥିଲେ। ସେ ତାଙ୍କ ପିତାମାତାଙ୍କୁ ତାଙ୍କ ଦୁଖଦଃ ଘଟଣା ବିଷୟରେ କହିବା ପରେ ପୋଲିସକୁ ଏହି ଅପରାଧ ଜଣାଇ ଦିଆଯାଇଥିଲା ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଏବଂ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (ପୋସ୍କୋ ) ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking