34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁର୍ଷ୍କମ କରାଯାଇଥିବା ସୂଚନା ମିଳିଛି । ଏହି ଗଣଦୁର୍ଷ୍କମରେ ପୋଲିସ କର୍ମଚାରୀଙ୍କ ସଂମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଗଣଦୁଷ୍କର୍ମ ହୋଇଥିବା ବେଳେ ଅଗଷ୍ଟ ୩୦ରେ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ ।
୮ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଏତଲା ଦିଆଯାଇଛି । ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାେଇ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ଅଭିଯୋଗ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ଦୁଇମାସ ତଳର । ଏବେ ସାମ୍ନାକୁ ଆସିଛି । ଏନେଇ ମହିଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମହିଳା ଥାନା ଆଇଆଇସି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଭୁବନେଶ୍ୱର ଡିସିପି ଉମାଶଙ୍କା ଦାଶ ମାମଲାର ତଦାରଖ କରୁଛନ୍ତି । ମହିଳା ଥାନା ପୁଲିସ୍ ପିଡ଼ୀତା ନାବାଳିକାଙ୍କର ଡ଼ାକ୍ତରୀ ମାଇନା କରାଇବା ସହ ସିଆରପିସି ଧାରା ୧୬୧ ଅନୁଯାୟୀ ନାବାଳିକାଙ୍କ ବୟାନ ରେକର୍ଡ଼ କରାଯାଇଛି ।
ନାବାଳିକାଙ୍କର ଘର ଇନଫୋସିଟି ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରାୟ ଦୁଇ ମାସ ତଳେ ଲକଡାଉନର ସୁବିଧା ନେଇ ଡ୍ୟୁଟିରେ ଥିବା ୮ ଜଣ ପୋଲିସ୍ କର୍ମଚାରୀ ନାବାଳିକାଙ୍କୁ ଏକୁଟିଆ ଦେଖି ନିଚ୍ଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ । ଘଟଣା ପ୍ରକାଶ କଲେ ଗୁଳି କରି ମାରିଦେବେ ବୋଲି ଧମକ ଦେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଡେପୁଟି ସୁବେଦାର ଥିବା କୁହାଯାଇଛି । ଏହି ଘଟଣା ବାବଦରେ ନାବାଳିକା କାହାକୁ ନ ଜଣାଇ ମାନସିକ ଚାପରେ ରହିଥିଲେ । ତେବେ ଏବେ ନାବାଳିକା ମୁହଁ ଖୋଲିବାରୁ ତାଙ୍କ ବାପା ଝିଅକୁ ନେଇ ଇନଫୋସିଟି ଥାନାରେ ପହଁଚିଥିଲେ । ମାତ୍ର ଘଟଣାଟି ସମ୍ବେଦନଶୀଳ ହୋଇଥିବା କାରଣରୁୁ ମହଳିଳା ଥାନାରେ ଅଭିଯୋଗ କରିବାକୁ କୁହାଯାଇଥିଲା । ଏବେ ତଦନ୍ତରୁ ଜଣାପଡ଼ିଛି ଯେ, ଦୁଷ୍କର୍ମକାରୀମାନେ କମିଶନରେଟ ପୋଲିସର ନୁହନ୍ତି , ସେମାନେ ଅନ୍ୟ ଜିଲ୍ଲାର । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରାଯାଇଛି ଓ ଘଟଣାର ତଦନ୍ତ ଜାରି ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking