39.8 C
Bhubaneswar
Thursday, April 18, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ ଏମ୍.ଭି:- ୦୬ ନମ୍ବର ଗ୍ରାମର ଅଜୟ ସିକଦାର ନାମକ ଜଣେ ବ୍ୟକ୍ତି ଗତ ୨୦୧୬ ରେ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଏନେଇ ନବଳିକାଙ୍କ ବାପା ବାଲିମେଳା ଥାନାରେ ଏତଲା ଦାୟର କରିଥିଲେ । ଅଭିଯୁକ୍ତ ଅଜୟଙ୍କ ନାମରେ ପସ୍କୋ ନିୟମ ଅନୁଯାୟୀ ଧାରା ୩୬୩,୩୬୬(ଏ), ୩୭୬(୨ଏନ), ୩୨୩, ୫୦୬ ଲଗାଯାଇଥିଲା । ଏତଲାକୁ ଭିତ୍ତିକରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲେ । ଏହି କେଶଟିକୁ ଏସ.ଆଇ ସନ୍ତୋଷ ବାରିକ ତଦନ୍ତ କରୁଥିଲେ । ଗତକାଲି ଅତିରିକ୍ତ ଜିଲ୍ଲା ଦୌରା ଜଜ ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଅଜୟ ସିକଦାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜରିମାନା ଆଦାୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି କେଶଟିକୁ ସରକାରୀ ଓକିଲ ଲମ୍ବୋଦର ତୁର୍କୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking