29.4 C
Bhubaneswar
Thursday, April 18, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ

ନାବାଳିକାଙ୍କୁ ଦୁଷ୍କର୍ମ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ଗର୍ଭବତୀ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ରଖି ପଚରା ଉଚରା କରୁଛି । ନାବାଳିକା ଏବଂ ଅଭିଯୁକ୍ତଙ୍କୁ ଡାକ୍ତରଖାନା ନେଇ ଡାକ୍ତର ମାଇନା କରାଯାଇଛି । ବୈଦ୍ୟନାଥପୁର ଥାନା ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଲାଞ୍ଜିପଲ୍ଲି ଅଞ୍ଚଳରେ ରହୁଥିବା ଲଳିତ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ଗରିବ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବା ସହ ତାଙ୍କୁ ଦୀର୍ଘ ୬ ମାସ ଧରି ଦୁଷ୍କର୍ମ କରି ଆସୁଥିଲା । ଏପରିକି ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ଏହି ଖବର ବ୍ରହ୍ମପୁର ଚାଇଲ୍ଡ ଲାଇନର ସଂଯୋଜକ ସାଇପ୍ରସାଦ ସାମଲଙ୍କ ନିକଟରେ ପହଞ୍ôଚଥିଲା । ସେ ବୈଦ୍ୟନାଥପୁର ଥାନାକୁ ଜଣାଇଥିଲେ । ପୁଲିସ ଉକ୍ତ ଅଞ୍ଚଳକୁ ଯାଇ ଅଭିଯୁକ୍ତ ଲଳିତଙ୍କୁ ଗିରଫ କରିଥିଲେ । ଲଳିିତ ସ୍ଥାନୀୟ ବୈଦ୍ୟନାଥପୁର ଥାନା ନିକଟ ଏକ ହୋଟେଲରେ କାମ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking