27.1 C
Bhubaneswar
Sunday, January 23, 2022
Homeଅପରାଧନାବାଳିକାକୁ ଗଣଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି

ନାବାଳିକାକୁ ଗଣଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି

ନୂଆଦିଲ୍ଲୀ : ରାଜସ୍ଥାନର ଅଲବରରେ ଜଣେ ୧୬ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ସହ ଗଣଦୁଷ୍କର୍ମ ଘଟଣାରେ ଏବେ ଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଯାହାକୁ ନେଇ ସାଧାରଣ ଜନତା ଏବଂ ରାଜନୈତିକ ଦଳ, ସରକାର ଏବଂ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ନାବାଳିକାର ଗୁପ୍ତାଙ୍ଗକୁ ଏକ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରି ଦେଇଥିଲେ । ଯାହା ଫଳରେ ନାବାଳିକାର ଗୁପ୍ତାଙ୍ଗ ମଳଦ୍ୱାର ସହ ମିଶି ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳିକାକୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ୮ ଘଣ୍ଟାର ପରିଶ୍ରମ ପରେ ଦିବ୍ୟାଙ୍ଗ ନାବାଳିକାର ଅସ୍ତ୍ରୋପଚାରରେ ସଫଳ ହୋଇଥିଲେ । ଅଲବର ପୋଲିସ ଏହି ଘଟଣାର ଯାଞ୍ଚ କଲା ପରେ ମଧ୍ୟ କୌଣସି ଠୋସ ପ୍ରମାଣ ପାଇ ପାରିନାହିଁ । ଶୁକ୍ରବାର ଅଲବର ପୋଲିସ ଅଫିସର ତେଜସ୍ୱିନୀ ଗୌତମୀ ଏ ନେଇ ସୂଚନା ଦେଇଛନ୍ତି । ସେ ନିଜେ ଗଣମାଧ୍ୟମରେ ମେଡିକାଲ ରିପୋର୍ଟ ପ୍ରକାଶ କଲା ବେଳେ ଏହି ଘଟଣାରୁ କିଛି ସ୍ପଷ୍ଟ ହୋଇନାହିଁ ବୋଲି ମଧ୍ୟ କହିଛନ୍ତି । ଏହି ମାମଲାରେ ଏବେ ଯାଏ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନାହାନ୍ତି । ପୋଲିସର କହିବା ଅନୁସାରେ ଏହି ସହରର ୨୫ କିଲୋମିଟର ଭିତରେ ୩୦୦ଟି ସିସିଟିଭି ଲଗାଯାଇଛି । ଏହା ପରେ ମଧ୍ୟ ବଳାତ୍କାରୀମାନେ ଧରା ନପଡ଼ିବା ଅତି ଆଶ୍ଚର୍ଯ୍ୟର କଥା ପୀଡିତାଙ୍କ ପରିବାରରେ ତାଙ୍କ ବାପା-ମାଆ ରୁହନ୍ତି । ଏହା ଛଡା ଦିବ୍ୟାଙ୍ଗ ନାବାଳିକାର ଜଣେ ଭାଇ ମଧ୍ୟ ଅଛି । ରାଜସ୍ଥାନର ଏହି ଘଟଣାରେ ସରକାରଙ୍କୁ ଆକ୍ଷେପ କରାଯାଇଛି । ଆଉ ବିଜେପି ଦିବ୍ୟାଙ୍ଗ ନାବାଳିକାକୁ ନ୍ୟାୟ ଦେବା ନିମନ୍ତେ ସ୍ୱର ଉତ୍ତୋଳନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking