43.9 C
Bhubaneswar
Friday, April 19, 2024
Homeଓଡିଶାକମ୍ପାଉଣ୍ଡରଙ୍କ ଚିକିତ୍ସାରେ ନାବାଳିକାଙ୍କ ମୃତ୍ୟୁ !

କମ୍ପାଉଣ୍ଡରଙ୍କ ଚିକିତ୍ସାରେ ନାବାଳିକାଙ୍କ ମୃତ୍ୟୁ !

ବାସୁଦେବପୁର : ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଗ୍ରାମର ବିନୋଦ ଦଳେଇଙ୍କ ନାତୁଣୀ ପ୍ରିୟଙ୍କା(୧୧) କମ୍ପାଉଣ୍ଡରଙ୍କ ଚିକିତ୍ସାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରିୟଙ୍କା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ-ଅନ୍ତରା ଗ୍ରାମର ପ୍ରଭାତ ବେହେରାଙ୍କ ଝିଅ । ସେ ପିଲାଟି ଦିନରୁ ମାମୁଘରେ ରହି ପାଠପଢ଼ୁ ଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରିୟଙ୍କା ଟିୟୁସନରୁ ଘରକୁ ଫେରିବା ପରେ ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ । ଅଜା ବିନୋଦ ତୁରନ୍ତ ପ୍ରିୟଙ୍କାକୁ ଇରମରେ କ୍ଲିନିକ୍ କରିଥିବା ଧାମରା ବଇଁଚା ଡାକ୍ତରଖାନାର କମ୍ପାଉଣ୍ଡରଙ୍କୁ ଦେଖାଇଥିଲେ । ସେଠାରେ କମ୍ପାଉଣ୍ଡର୍ ଏକ ଇଞ୍ଜେକ୍ସନ ଦେଇଥିଲେ ଓ ପରେ ପରେ ପ୍ରିୟଙ୍କା ସଂଜ୍ଞାହୀନ ହୋଇପଡ଼ିଥିଲେ । ଫଳରେ ତାଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପ୍ରିୟଙ୍କାଙ୍କ ବାପା ସମ୍ପୃକ୍ତ କମ୍ପାଉଣ୍ଡରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏପରି ଘଟଣା ବାସୁଦେବପୁର ଅଞ୍ଚଳରେ ବାରମ୍ବାର ଘଟୁଥିବାବେଳେ ବିଭାଗୀୟ ଅଧିକାରୀ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking