38.1 C
Bhubaneswar
Saturday, April 20, 2024
HomeUncategorizedବିଷାକ୍ତ ଖାଦ୍ୟ ଖାଇ ନାବାଳିକା ମୃତ, ୭ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ନାବାଳିକା ମୃତ, ୭ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସୁନାରିସିକୁଆଁ ଗାଁରେ ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ୨ଟି ପରିବାର ୭ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ ନାବାଳିକା ଜଣକ ହେଲେ ଗାଁର ବବିତା ନିଆଲ(୮) । ଖରବପାଇ ଡାକ୍ତରୀ ଦଳ ଗାଁରେ ପହଞ୍ôଚ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳେ ସୁନାରିସିକୁଆଁ ଗାଁ କିଶୋର ନିଆଲ ଓ ସାନ ଭାଇ ଡିସେମ୍ବର ନିଆଲଙ୍କ ପରିବାର ଲୋକେ ବାସି ପଖାଳ ଖାଇବା ପରେ ସମସ୍ତଙ୍କ ପେଟ ଦରଜରେ ଆକ୍ରାନ୍ତ ହୋଇଥିଲେ । ସମସ୍ତେ ଅସୁସ୍ଥ ଅନୁଭବ କରିବାସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଡିସେମ୍ବର ନିଆଲ(୪୫), ସ୍ତ୍ରୀ କମଲେ ନିଆଲ(୪୦) ମା’ ଉର ନିଆଲ(୬୦), ଝିଅ ଅନୁସୂୟା ନିଆଲ(୧୫)ଙ୍କୁ ଲୋକେ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେହିପରି କିଶୋର ନିଆଲ (୫୦), ସ୍ତ୍ରୀ କୌଶଲ୍ୟ ନିଆଲ(୪୫), ଝିଅ ବବିତା ନିଆଲ(୮) ଓ ଅନ୍ୟ ଜଣେ ବୃଦ୍ଧାଙ୍କୁ ଗାଁ’ ଲୋକେ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବବିତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟମାନେ ଏବେ ବି ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏସମ୍ପର୍କରେ ଖବରପାଇ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀଦଳ ଉକ୍ତ ଗାଁରେ ପହଞ୍ôଚ ତଦନ୍ତ କରିଥିଲେ । ତେବେ ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତିିରେ ଆକ୍ରାନ୍ତ ହୋଇଥିବା ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀନବନ୍ଧୁ ମହାନନ୍ଦ ସୂଚନା ଦେଇଛନ୍ତି । ଏବେ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଜଣ ଓ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ସ୍ୱସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking