34.1 C
Bhubaneswar
Friday, March 29, 2024
Homeଓଡିଶାନାବାଳିକା ହେଲା ମା, ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ

ନାବାଳିକା ହେଲା ମା, ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ

 

 

ରାୟଗଡା : 13 ବର୍ଷୀୟ ନାବାଳିକା ହେଲେ ମା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ ରୁଗୁଡୁବାଇ ଗ୍ରାମରେ । ସୂଚନା ଅନୁଯାୟୀ ଏହି ଗ୍ରାମର ବୃନ୍ଦାବନ କାଡ୍ରକା ନାମକ ଜଣେ ଯୁବକ ଉକ୍ତ ନାବାଳିକା ସହ ଅନୈତିକ ସମ୍ପର୍କ ରଖି ଆସୁଥିଲା । ତେବେ ଗତକାଲି ରାତିରେ ଉକ୍ତ ନାବାଳିକା ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ରମାନଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଉକ୍ତ ନାବାଳିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଡାକ୍ତର ଏନେଇ ପୋଲିସ ଓ ଶିଶୁ ମଙ୍ଗଳ କମିଟି କୁ ଖବର ଦେଇଥିଲେ । ପରେ ନାବାଳିକାଙ୍କ ବାପା ଏ ନେଇ ଗୁଣୁପୁର ଥାନା ରେ ଏତଲା ଦେଇଛନ୍ତି । ଏତଲା କୁ ଆଧାର କରି ପୋଲିସ ଉକ୍ତ ଯୁବକକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking