40.1 C
Bhubaneswar
Wednesday, April 24, 2024
Homeଓଡିଶାଆନ୍ଧ୍ରରେ ବାପା-ମା ଦାଦନ ଶ୍ରମିକ, ଗାଁ’ରେ ନାବାଳକ ମୃତ

ଆନ୍ଧ୍ରରେ ବାପା-ମା ଦାଦନ ଶ୍ରମିକ, ଗାଁ’ରେ ନାବାଳକ ମୃତ

ଖଡ଼ିଆଳ : ନୂଆପଡା ଜିଲ୍ଲାରେ ପୁଣି ଦାଦନର ଦୁଃଖ । ପିତା, ମାତା କୋମଳ ମତି ଶିଶୁକୁ ବୃଦ୍ଧା ଆଈ ମା’ ପାଖରେ ଛାଡି ଦାଦନ ଖଟି ସୁଦୂର ଆନ୍ଧ୍ରପ୍ରଦେଶକୁ ଯାଇଥିବା ବେଳେ ସେମାନଙ୍କ ପୁଅ କୂଅରେ ପଡି ମୃତ୍ୟୁବରଣ କରିଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଲାଞ୍ଜି ପଞ୍ଚାୟତର ମତ୍ରିତରାଇ ଗ୍ରାମର ମିର୍ଧର ମାଝୀ ଓ ସ୍ତ୍ରୀ ମାଧୁରୀ ମାଝୀଙ୍କ ପୁଅ ପରମେଶ୍ୱର ମାଝୀ ଓ ଝିଅ ରୀନା ମାଝୀକୁ ବୃଦ୍ଧା ଆଈ ମା’ ପାଖରେ ଛାଡି ଗତ ଦଶହରାରେ ସୁଦୂର ଆନ୍ଧ୍ରପ୍ରଦେଶକୁ କାମ ପାଇଁ ଯାଇଛନ୍ତି । ଏପାଖରେ ପୁଅ ଆଈ ମା’ ପାଖରେ ରହି ଆସୁଥିବା ବେଳେ ଗତ ମଙ୍ଗଳବାର ଦିନ ପରମେଶ୍ୱର ମାଝୀ ( ୪) ବର୍ଷ  ନିଖୋଜ ହୋଇଯାଇଥିଲା । ଗ୍ରାମରେ ଖୋଜାଖୋଜି କଲେ କିନ୍ତୁ ପାଇଲେ ନାହିଁ । ଅନ୍ୟପଟେ ଗ୍ରାମରେ ବିବାହ କାର୍ଯ୍ୟକ୍ରମ ଚାଲିଥିବାରୁ ସେପଟେ ପରମେଶ୍ୱର ଥିବ ବୋଲି ଆଈ ମା’ ଭାବିଥିଲେ । ମାତ୍ର ବହୁ ଖୋଜା ଖୋଜି ପରେ ତାର ସନ୍ଧାନ ମିଳିନଥିଲା । ସକାଳେ ଗ୍ରାମର କୂଅମାନଙ୍କରେ ଖୋଜା ଖୋଜି କଲା ପରେ ଘର ଠାରୁ ଶହେ ମିଟର ଦୂରରେ ଥିବା କୂଅରେ ପରମେଶ୍ୱର ପଡିଥିବା ଦେଖିବା ପରେ ଖଡ଼ିଆଳ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଖଡ଼ିଆଳରେ ବ୍ୟବଚ୍ଛେଦ କରାଯାଇଥିବା ଏସ୍‌ଆଇ ଦେବେନ୍ଦ୍ର ବିନ୍ଧାଣି ସୂଚନା ଦେଇଛନ୍ତି । ତା’ର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାର ଯେତେ ଯୋଜନା ପ୍ରସ୍ତୁତ କଲେ ମଧ୍ୟ ଫେଲ ମାରିଛି କାରଣ ଦାଦନର ଦୁଃଖ ଏଯାଏ ସରକାରଙ୍କ କାନରେ ପହଞ୍ôଚ ପାରିନି । ଗରିବ ଲୋକେ ପେଟ ପାଇଁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ଦାଦନଙ୍କ ପ୍ରତି ସରକାରଙ୍କ ଉଚିତ୍ ନଜର ପଡ଼ିଥିଲେ ବାପା ମା’ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶକୁ ଯାଇନଥା’ନ୍ତେ କି ପୁଅର ମୃତ୍ୟୁ ହୋଇନଥା’ନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking