ପୁଲିସ ହାଜତରେ ନାବାଳକକୁ ନିର୍ଯାତନା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରେକାଣ୍ଡା ଥାନା ପୁଲିସ ହାଜତରେ ନାବାଳକଙ୍କୁ ମାଡ଼ ମାରିବା ସହ ବିଦ୍ୟୁତ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଚିତ୍ରକୋଣ୍ଡାର ସାଇବ ନାୟକ ନାମକ ଜଣେ ଗୃହରକ୍ଷୀଙ୍କ ଘରୁ ଚୋରି ହେବା ପରେ ଗତ ଶନିବାର ଦିନ ସେ ଥାନୋର ଏତଲା ଦେଇଥିଲେ । ଚିତ୍ରେକାଣ୍ଡା ଥାନାର ଏକ ମାମଲା ରୁଜ୍ଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ରବିବାର ଦିନ ପରିବାର ସଦସ୍ୟଙ୍କ ଉପସ୍ଥିତେିର ଏହି ମାମଲାର ସନ୍ଦେହର ୪ ଜଣ ନାବାଳକଙ୍କୁ ସେନ୍ଦହେର ଥାନାର ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ତେବ ସେମାନଙ୍କ ନିକଟରୁ ସୁନା ଚୁଡ଼ି, ରୁପାର ପାଉଜି, ରୁପାର କାନଫୁଲ , ୩ ଶହ ଟଙ୍କା ଓ ଗ୍ରାଇଣ୍ଡର ଜବତ କରାଯାଇଥିଲା । ସୋମବାର ସେମାନେ ନାବାଳକ ହୋଇଥିବା ପ୍ରମାଣ ମିଳିବା ପରେ ଗତକାଲି ରାତ୍ରିରେ ସେମାନଙ୍କୁ  ଜୁବିଲିଆନ ଜଷ୍ଟିସ ବୋର୍ଡ ନିକଟେର ଉପସ୍ଥାପନ କରାଯାଇଥିବା ବୋଲି ଚିତ୍ରେକାଣ୍ଡା ଭାରପ୍ରାପ୍ତ ଥାନା ନିରୀକ୍ଷକ ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି । େତେବ ୩ ଜଣଙ୍କୁ ଜାମିନ ମିଳିଥିବା ବେଳ ଜଣେ ନାବାଳକଙ୍କର ପରିବାର ବର୍ଗ ନଥିବାରୁ ଜାମିନ ପାଇଁ ଆବେଦନ କରାଯାଇ ନ ଥିବାରୁ ତାଙ୍କୁ ଅବଜରେଭସନ ହଲ୍‌ର ରଖାଯାଇଥିବା ଜଣାପଡ଼ିଛି । ଚିତ୍ରେକାଣ୍ଡା ପୁଲିସ ଗତ ଶନିବାର ରାତ୍ରିରୁ ଘରୁ ଉଠାଇ ଆଣି ୩ ଦିନ ପର୍ଯ୍ୟନ୍ତ ନିସ୍ତୁକ ମାଡ ମାରିବା ସହ ବିଦ୍ୟୁତ ସଟ୍ ଦେଇ ନିର୍ଯାତନା ଦେଇଥିବା ସଂପୃକ୍ତ ନାବାଳକ ଓ ତାଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ସେମାନେ ଚୋରି କରିଥିବା ବିଷୟ ସ୍ୱୀକାର କରିବା ପରେ ମଧ୍ୟ ଅତି ନିର୍ଦୟ ଭାବେ ସେମାନଙ୍କୁ ୩ ଦିନ ଧରି ନିର୍ଯାତନା ଦିଆଯାଇଥିବା ନାବାଳକମାନେ ଅଭିଯୋଗ କରିଛନ୍ତି । ଶିଶୁମାନଙ୍କୁ ଏଭଳି ନିର୍ଯ୍ୟାତନା ଦିଆଯାଇଥିବାରୁ ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଥାନା ଅଧିକାରୀଙ୍କୁ ତୁରନ୍ତ ସେଠାରୁ ବଦଳି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here