29.4 C
Bhubaneswar
Thursday, April 18, 2024
Homeଓଡିଶାପିପିଲିର ଜବାହର ବିଦ୍ୟାପୀଠ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ

ପିପିଲିର ଜବାହର ବିଦ୍ୟାପୀଠ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ

ପିପିଲିର : କରୋନା ସହ ଦୀର୍ଘ ୯ମାସର ଲଢେଇ ପରେ ଆଜି ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ।ପ୍ରଥମ ଦିନରେ ସ୍କୁଲରେ କିଭଳି ଚାଲିଛି ପାଠପଢା, ସ୍ଥିତି ଅନୁଧ୍ୟାନ କରିବା ପାଇଁ ପିପିଲିର ଜବାହର ବିଦ୍ୟାପୀଠ ସ୍କୁଲ ପରିଦର୍ଶନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ।କରୋନା ଭୂତାଣୁ ଠାରୁ ଛାତ୍ରଛାତ୍ରୀଙ୍କୁ ଦୁରେଇ ରଖିବା ସହ ସରକାରଙ୍କ ମାର୍ଗଦର୍ଶିକକାକୁ ସଠିକ ଭାବରେ ପାଳନ କରାଯାଉଛି କି ନାହିଁ ଜାଣିବା ପାଇଁ ପ୍ରତ୍ୟେକ ଶ୍ରେଣୀ ପ୍ରକୋଷ୍ଠ ବୁଲି ଛାତ୍ରଛାତ୍ରୀଙ୍କ ଠାରୁ ବ୍ୟବସ୍ଥା ବିଷୟରେ ପଚାରି ବୁଝି ସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ।ସ୍କୁଲ ଖୋଲିବା ପାଇଁ କଟକଣା ଜାରି ସତ୍ତ୍ୱେ ପ୍ରଥମ ଦିନର ପାଠପଢା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଦେଖିବାକୁ ମିଳିଥିଲା ଉତ୍ସାହ।ସ୍କୁଲରେ ଦଶମ ଶ୍ରେଣୀରେରେ ମୋଟ ୧୨୦ଛାତ୍ରଛାତ୍ରୀ ଥିବା ବେଳେ ପ୍ରଥମ ଦିନରେ ୮୦ପିଲା ଉପସ୍ଥିତ ରହିଥିଲେ।ପାଠ ପଢା ପାଇଁ ୩ଟି ସେକ୍ସନ କରାଯାଇଥିବା ବେଳେ ଗୋଟିଏ ଗୃହରେ ୨୦ ରୁ ୨୫ ପିଲା (ଗୋଟିଏ-ଗୋଟିଏ) ଲାଇନ ରେ ସାମାଜିକ ଦୂରତ୍ୱ ରକ୍ଷାକରି ମୁହଁରେ ମାକ୍ସ ପିନ୍ଧି ବସିଥିଲେ।ଛାତ୍ରଛାତ୍ରୀଙ୍କ ଅଭିଭାବକ ବିହିତ ସମ୍ମତି ପତ୍ରକୁ ଅଫିସ କାର୍ଯ୍ୟାଳୟରେ ମନ୍ତ୍ରୀ ଯାଞ୍ଚ କରିଥିବା ବେଳେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ବିଷୟରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ପଚାରି ବୁଝିଥିଲେ।ଶେଷରେ covid କଟକଣା ନିର୍ଦ୍ଧେଶନାମା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ପଚାରି ବୁଝିବା ସହ ବିନା ଚାପରେ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଗଣଶିକ୍ଷାମନ୍ତ୍ରୀ।
ଅନ୍ୟ ଶ୍ରେଣୀ କେବେ ଖୋଲିବ… ପ୍ରଶ୍ନର ଉତ୍ତରରେ.. ସେ ସମ୍ପର୍କରେ ବିଭାଗରେ ଆଲୋଚନା ଚାଲିଛି ସେ ନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking