28.1 C
Bhubaneswar
Tuesday, June 28, 2022
Homeଓଡିଶାସ୍କୁଲ ବସ୍ କୁ ଅଟକାଇ ସିଜ୍ କଲେ ମନ୍ତ୍ରୀ

ସ୍କୁଲ ବସ୍ କୁ ଅଟକାଇ ସିଜ୍ କଲେ ମନ୍ତ୍ରୀ

ଆନନ୍ଦପୁର : ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ରାସ୍ତା ଉପରେ ଦୁଇ ସ୍କୁଲ ବସ୍ ଉପରେ ଅନ ଦ ସ୍ପଟ ଆକ୍ସନ । ଓଭର ଲୋଡିଂ ଅଭିଯୋଗରେ ୨ଟି ଘରୋଇ ସ୍କୁଲ ବସ ଜବତ । ନିଜେ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ୨ ଟି ବସ ଜବତ । ବସ ଦୁଇଟିକୁ ଅଟକାଇ ପୋଲିସକୁ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଘଟଣା ସ୍ଥଳରେ ପୋଲିସ ଟିମ୍ ପହଁଚି ବସ୍ ଦୁଇଟିକୁ ଜବତ କରିଛି । ଏହା ସହ ଗାଡିର କାଗଜ ପତ୍ର ମଧ୍ୟ ଯାଂଚ କରାଯାଇଛି । କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ବାଟରେ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଥିଲା । ଜବତ ବସ ଦୁଇଟି ଆନନ୍ଦପୁର ଅଂଚଳର ଏକ ପବ୍ଲିକ ସ୍କୁଲର ହୋଇଥିବା ସୂଚନା । ସୂଚନା ଅନୁସାରେ, ପୂର୍ବରୁ ବିଦ୍ୟାଳୟର ବସକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା । ହେଲେ ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ କି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁ ନଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏପଟେ ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking