30.1 C
Bhubaneswar
Wednesday, April 24, 2024
Homeଓଡିଶାଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ...

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ କରୁନି

ଭୁବନେଶ୍ବର: ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ । ଘଟଣାକୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ କୁଶପୁତ୍ତଳିକା ଦାହ କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତର ଘଟଣାକୁ ନେଇ ଛନ୍ଦି ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁହଁ ଖୋଲିଛନ୍ତି ।

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସମ୍ପର୍କରେ ନିଜ ମତ ରଖି ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ”ମୋ ଜିଲ୍ଲାର ଜିଲ୍ଲାପରିଷଦଙ୍କ ଦେହାନ୍ତ ହୋଇଛି । ଘଟଣାକୁ ନେଇ ମୁଁ ଦୁଃଖିତ । ବିବାଦ କଣ ମୁଁ ଜାଣିନି, ତାଙ୍କ ପରିବାର ଲୋକ ବି କିଛି କହି ନାହାନ୍ତି । ଏଥିରେ ବିରୋଧୀ କଣ କହୁଛନ୍ତି ତାର ଉତ୍ତର ଦେବା ମୁଁ ଉଚିତ ମନେ କରୁନାହିଁ ।”

ସୂଚନାଅନୁସାରେ, ସେପ୍ଟେମ୍ବର 24 ତାରିଖରେ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ଫରେନ୍ସିକ ଲ୍ୟାବକୁ ଧର୍ମେନ୍ଦ୍ରଙ୍କ ଜବତ ହୋଇଥିବା ଦୁଇଟି ଫୋନକୁ ପଠାଯାଇଛି ।

ସେପଟେ ଆଜି (ସୋମବାର) ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଶରୀରର ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଦର୍ଶାଯାଇଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ଜଣେ ନେତାଙ୍କ ସମ୍ପୃକ୍ତି ଥିବା କହିଛନ୍ତି ବିଜେପି ଓ କଂଗ୍ରେସ । ତାଙ୍କୁ ଗିରଫ ଦାବି କରି ରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking