34.1 C
Bhubaneswar
Friday, March 29, 2024
Homeଓଡିଶାଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା । ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି। ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ପରେ ନିଷ୍ପତ୍ତି ହେବ, କେଉଁ ଆଧାରରେ ମାର୍କ ଦିଆଯିବ । ଡେଡଲାଇନ ଅନୁସାରେ ଫଳ ପ୍ରକାଶ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ, ଆମେ ମଧ୍ୟ ସେହି ସମୟରେ ରେଜଲ୍ଟ ପ୍ରକାଶ କରିବୁ ବୋଲି ସେ କହିଛନ୍ତି । ରାଜ୍ୟରେ ଛାତ୍ରଛାତ୍ରୀ ମାନେ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ଗଠନ ହେବ କମିଟି । କମିଟିରେ କିଏ ରହିବେ, ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଉଛି ।

ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କର ଉଦ୍ୟମ,ଦୃଢ ମନୋବଳ, ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ।

ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking