34.1 C
Bhubaneswar
Friday, March 29, 2024
Homeଓଡିଶାଆଦିବାସୀ ଅଂଚଳରେ ପାଠ ପଢି ହେଲେ ଇସ୍ରୋ ବୈଜ୍ଞାନିକ, କେନ୍ଦ୍ରମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଆଦିବାସୀ ଅଂଚଳରେ ପାଠ ପଢି ହେଲେ ଇସ୍ରୋ ବୈଜ୍ଞାନିକ, କେନ୍ଦ୍ରମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ନୀଳଗିରି,:  ତୁଳସୀ ଦୁଇପତ୍ରରୁ ବାସେ।ଆଉ ଏଭଳି ବାସନା ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଆସିଥିଲା।ଫଳ ସ୍ୱରୂପ ଜଣେ ଛାତ୍ର ପାଠପଢି ନିଜକୁ ଆଜି ଜଣେ ଇସ୍ରୋ ରେ ବୈଜ୍ଞାନିକ ଭାବେ ଗଢି ତୋଳିଛନ୍ତି।ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଅଙ୍ଗାରଗଡ଼ିଆ ଅଂଚଳର ଅଭିଷେକ ପରିଡା। ଡ଼ଃ ଗଜେନ୍ଦ୍ର ପ୍ରସାଦ ପରିଡା ମାତା ମିନାକ୍ଷୀ ନଳିନୀ ରାଉତ ଙ୍କ ପୁଅ ଅଭିଷେକ ।ପ୍ରର୍ବରୁ ବାପା ସ୍ଵର୍ଣଚୁଡ଼ ମହାବିଦ୍ୟାଳୟ ରେ ଅଧ୍ଯକ୍ଷ ଥିବା ବେଳେ ମାତା ମିତ୍ରପୁର ଚାଚାଜି ହାଇସ୍କୁଲ ରେ ପ୍ରଧାନ ଶିକ୍ଷୟିତ୍ରୀ ଆଛନ୍ତି।ଅଭିଷେକ ପିଲାଦିନେ ଅଯୋଧ୍ୟା ଅଂଚଳରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ଅଯୋଧ୍ୟା ଗାଁ ୟୁପି ଓ ଏମଇ ସ୍କୁଲରେ ପାଠ ପଢିବା ପରେ ବାଲେଶ୍ଵର ରେ ହାଇସ୍କୁଲ ରେ ପାଠ ପଢିବା ପରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ।ବିଦ୍ୟାଳୟ ହେଉ କିମ୍ବା ଗାଁରେ ସବୁ ପ୍ରତିଯୋଗିତାରେ ସେ ସର୍ଵଗ୍ରେ ତାଙ୍କ ନାଁ ଆସୁଥିଲା।କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପିଲାଦିନୁ ଥରେ ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥିଲେ।ନିଜକୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖି ମନ ଲଗାଇ ପାଠ ପଢି ଚାଲିଥିଲେ। ଆଇଆଇଟି ଭୁବନେଶ୍ୱର ର ଏମଟେକ ରେ ୨୦୧୯ ମସିହାରେ ସେ ଟପ୍ପର ହୋଇଥିଲେ।ପରେ ଅମେରିକାଲ ମଲଟି ନେସନାଲ କମ୍ପାନୀରେ ଚାକିରୀ କରିଥିଲେ।ହେଲେ ମନଥିଲା ଇସ୍ରୋର ଏକ ବୈଜ୍ଞାନିକ ହେବାକୁ।ପରେ ଗତ ମର୍ଚ୍ଚମାସ ପରୀକ୍ଷା ଦେବାପରେ ସର୍ବ ଭାରତୀୟ ସ୍ତରରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।ଜୁନ ୨ ତାରିଖରେ ସେ ଇସ୍ରୋର ବୈଜ୍ଞାନିକ ହୋଇପାରିଛନ୍ତି।ତାଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରି ତାଙ୍କର ଉତ୍ତରତର କାମନା କରିଛନ୍ତି।ସେପଟେ ଯୁବ ବୈଜ୍ଞାନିକ ଦେଶ ପାଇଁ ସେବା କରିବାକୁ ଏକ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମଣିବା ସହ ପିତା ମାତା,ଶିକ୍ଷକ ଶିକ୍ଷୟତ୍ରି ଙ୍କୁ ଶ୍ରେୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking