26.1 C
Bhubaneswar
Friday, March 29, 2024
Homeଓଡିଶାବାତ୍ୟା ପୂର୍ବ ପ୍ରସ୍ତୁତି, ପରିଚାଳନା, କ୍ଷୟକ୍ଷତି ଏବଂ ସ୍ଥାୟୀ ସମାଧାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛୁ...

ବାତ୍ୟା ପୂର୍ବ ପ୍ରସ୍ତୁତି, ପରିଚାଳନା, କ୍ଷୟକ୍ଷତି ଏବଂ ସ୍ଥାୟୀ ସମାଧାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛୁ : ପ୍ରତାପ ଷଡଙ୍ଗୀ

 ବାସ୍ତବ ସମସ୍ୟାର ସମାଧାନ ଏବଂ ପ୍ରଭାବିତ ଅଂଚଳବାସୀଙ୍କୁ ସେମାନଙ୍କ ମୈାଳିକ ସେବା ଯୋଗାଇ
ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର
 ପ୍ରକୃତ କ୍ଷୟକ୍ଷତି ଆକଳନ ପାଇଁ ବର୍ତମାନ ସୁଦ୍ଧା ପ୍ରଶାସନ ଅଧିକାରୀମାନେ ବାତ୍ୟା ଓ ବନ୍ୟା
ପ୍ରଭାବିତ ଅଂଚଳରେ ପହଂଚି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ୨୦୦୮ ମସିହାରେ ବିଧାନସଭାରେ ଗୃହ ବିଭାଗ କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ
ସରକାର ବାତ୍ୟା ୟଶ୍ ମୁକାବିଲା କୈାଣସି ପ୍ରାକ ପ୍ରସ୍ତୁତି କରିନଥିଲେ
 ସମସ୍ତ କଚ୍ଚାଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘରରେ ପରିଣତ କରାଯାଉ
 ସମୁଦ୍ରରୁ ଲୁଣା ପାଣି ମାଡିଯାଇ ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ
ଦିଆଯାଉ
 ବାତ୍ୟା ଓ ବନ୍ୟାଂଚଳରେ କୃଷକଙ୍କ ପାଇଁ ଋଣ ଛାଡ କରାଯାଉ
 ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଉ
 ନଦୀବନ୍ଧ ଏବଂ ସ୍ଥାୟୀ ଭିତିଭୂମିଗୁଡିକୁ ଅଧ୍ଚଳ ସୁଦୃଢ କରାଯାଉ
 ସମୁଦ୍ର ଉପକୁଳ ଅଂଚଳରେ ଆଧୁନିକ ଜ୍ଞାନକୈାଶଳ ଆଧାରରେ ସୁଦୃଢ ଓ ଉଚ୍ଚ ପଥର ବନ୍ଧ ନିର୍ମାଣ
କରାଯାଉ
 ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ମତ୍ସ୍ୟଜୀବିମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା
ସଂପର୍କରେ ସଚେତନତା ସୃଷ୍ଟି ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ
ସମସ୍ତ ପ୍ରକାରର ସହଯୋଗ ଏବଂ ସହାୟତା ପ୍ରଦାନ କରାଯାଉ
ଭୂବନେଶ୍ୱର, : ବାତ୍ୟା ୟଶ୍ ଯିବାର ଯିବାର ଆଜିକୁ ୧୪ ଦିନ ବିତିଲାଣି । ବାତ୍ୟା ଓ ବନ୍ୟା କାରଣରୁ ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ବାତ୍ୟା ଓ ବନ୍ୟାଂଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି । ବାସ୍ତବ ସମସ୍ୟାର ସମାଧାନ ଏବଂ ପ୍ରଭାବିତ ଅଂଚଳବାସୀଙ୍କୁ ସେମାନଙ୍କ ମୈାଳିକ ସେବା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ଓ ବନ୍ୟା ପରିଚାଳନରେ ଅବ୍ୟବସ୍ଥା ପ୍ରସଙ୍ଗ ଏବଂ ବାତ୍ୟା ପ୍ରଭାବିତଙ୍କୁ ତୁରନ୍ତ ରିଲିଫ ସହାୟତା ପ୍ରସଙ୍ଗରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଦଳକୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଛନ୍ତି ।
ବାତ୍ୟା ପୂର୍ବରୁ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ । ୨୦୦୮ ମସିହାରେ ବିଧାନସଭାରେ ଗୃହ ବିଭାଗ କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ବାତ୍ୟା ୟଶ୍ ମୁକାବିଲା କୈାଣସି ପ୍ରାକ ପ୍ରସ୍ତୁତି କରିନଥିଲେ । ବାତ୍ୟା ପୂର୍ବରୁ ପ୍ରଭାବିତ ଅଂଚଳବାସୀଙ୍କୁ ନିରାପଦ ସ୍ଥାନକୁ ସଠିକ୍ ଭାବେ ସ୍ଥାନାନ୍ତରିତ କରାଯାଇନଥିଲା । ୫୦ ଜଣଙ୍କୁ ସ୍ତାନାନ୍ତରିତ କରାଯାଇ ୩୦୦ ବୋଲି ଉଲ୍ଲେଖ କରାଯାଇଅଛି । ବାତ୍ୟା ଆଶ୍ରୟସ୍ଥଳୀରେ କୈାଣସି ବ୍ୟବସ୍ଥା କରାଯାଇନଥିଲା । ବାତ୍ୟାଶ୍ରୟସ୍ଥଳୀର ମରାମତି କରାଯାଇନଥିଲା । ପାନୀୟ ଜଳ, ବିଜୁଳି, କିରୋସିନି, ଖାଦ୍ୟ ଆଦିର ବ୍ୟବସ୍ଥା ନଥିଲା । କୋଭିଡ୍ ଗାଇଡଲାଇନ ଅନୁଯାୟୀ ବାତ୍ୟାଶ୍ରୟ ପରିଚାଳନା ହେଉଥିବା କହି ମିଥ୍ୟା ପ୍ରଚାର କଲେ । ଏହି କାରଣରୁ ବହୁ ପ୍ରଭାବିତ ବାତ୍ୟାଶ୍ରୟକୁ ଯାଇନଥିଲେ ।
ବାତ୍ୟା ପରବର୍ତୀ ମୁକାବିଲାରେ ଫ୍ରି କିଚେନ ବ୍ୟବସ୍ଥା ହୋଇନଥିଲା । ପ୍ରଭାବିତ ଅଂଚଳବାସିଙ୍କୁ ଶୁଖିଲା / ରନ୍ଧା ଖାଦ୍ୟ / ଚୁଡା / କିରୋସିନି / ପଲିଥିନ / ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ସଂପୂର୍ଣ୍ଣ ଫେଲ ହୋଇଛି । ସେହିପରି ୧୪ ଦିନ ବିତିଯ୍ଧବଥିବା ସତ୍ୱେ ବହୁ ଅଂଚଳରେ ଆଜି ସୁଦ୍ଧା ବିଜୁଳି, ଗମନାଗମନ ବ୍ୟବସ୍ଥା ପୁନଃସ୍ଥାପିତ ହୋଇପାରିନାହିଁ । ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇନାହିଁ । ବାତ୍ୟା ଓ ବନ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।
କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି । ପ୍ରଶାସନ ଅଧିକାରୀମାନେ ବର୍ତମାନ ସୁଦ୍ଧା ସମସ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ନାହାନ୍ତି । ଘରଛପର ହରାଇଥିବା ଅସହାୟ ପ୍ରଭାବିତଙ୍କୁ ସାମାନ୍ୟ ପଲିଥିନ ଦିଆଯାଇନାହିଁ । ପଲିଥିନ ବଂଟନରେ ବ୍ୟାପକ ଅନିମିତତା ହୋଇଛି । ବର୍ତମାନ ସୁଦ୍ଧା ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରି ନାହିଁ । ବାତ୍ୟା କ୍ଷୟକ୍ଷତିର ଆକଳନ ବାସ୍ତବ ଚିତ୍ର ଭାବେ କରାଯାଇନାହିଁ ।
ବାତ୍ୟା ପରବର୍ତୀ ବନ୍ୟା ସ୍ଥିତି ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ପ୍ରମାଣିତ ହୋଇଛି । ଜଳସଂପଦ ଓ ଡ୍ରେନେଜ ବିଭାଗ ସଂପୂର୍ଣ୍ଣ ଅଚଳ ହୋଇଯାଇଛି । ବହୁ ଅଂଚଳରେ ନଦୀ ବନ୍ଧ ଭାଙ୍ଗିଯିବା ଘଟଣା ପଦାକୁ ଆସିଛି । ସ୍ୱିସ୍ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲା ନାହିଁ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାର ବହୁ ଅଂଚଳ ଜଳମଗ୍ନ ଏବଂ ଅଂଚଳବାସୀ ପାଣି ଘେରରେ ଅଛନ୍ତି ।
ବାତ୍ୟାଂଚଳରେ ଥିବା ସମସ୍ତ କଚ୍ଚାଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘରରେ ପରିଣତ କରାଯାଉ । ସମୁଦ୍ରରୁ ଲୁଣା ପାଣି ମାଡିଯାଇ ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ବାତ୍ୟା ଓ ବନ୍ୟାଂଚଳରେ କୃଷକଙ୍କ ପାଇଁ ଋଣ ଛାଡ କରାଯାଉ । ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଉ । ନଦୀବନ୍ଧ କାର୍ଯ୍ୟକୁ ସୁଦୃଢ କରାଯାଉ । ସ୍ଥାୟୀ ଭିତିଭୂମିଗୁଡିକୁ ଦୃଢୀକରଣ କରାଯାଉ । ସମୁଦ୍ର ଉପକୁଳ ଅଂଚଳରେ ଆଧୁନିକ ଜ୍ଞାନକୈାଶଳ ଆଧାରରେ ସୁଦୃଢ ଓ ଉଚ୍ଚ ପଥର ବନ୍ଧ ନିର୍ମାଣ କରାଯାଉ । ୨୦୦୮ ରାଜ୍ୟ ବିଧାନସଭା ଗୃହ କମିଟି ସୁପାରିଶ ଆଧାରରେ ସ୍ୱିସ୍ ଗେଟ୍ ଓ ନାଳ ପୁନରୁଦ୍ଧାର କାର୍ଯ୍ୟ ତଥା ନିର୍ମାଣ କରାଯାଉ ।
ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ମତ୍ସ୍ୟଜୀବିମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ସଂପର୍କରେ ସଚେତନତା ସୃଷ୍ଟି ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ପ୍ରକାରର ସହଯୋଗ ଏବଂ ସହାୟତା ପ୍ରଦାନ କରାଯାଉ ।
ୟଶ୍ ବାତ୍ୟା ପ୍ରଭାବିତ ଜିଲ୍ଲାୱାରୀ ଏବଂ ପଂଚାୟତୱାରୀ କ୍ଷୟକ୍ଷତିର ସମସ୍ତ ଆକଳନ ତଥ୍ୟ ପ୍ରଦାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଯୁଗ୍ମ ସଚିବ ଶ୍ରୀ ସୁନୀଲ କୁମାର ବର୍ଣ୍ଣୱାଲ ନେତୃତ୍ୱରେ
ଆସିଥିବା କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନ କମିଟି ସହ ବିସ୍ତୃତ ଆଲୋଚନା କରିଛୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୁଚନା ଦେଇ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ କେନ୍ଦ୍ରୀୟ ପ୍ରତିନିଧି ଦଳକୁ ଭେଟିଥିବା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ମୟୁରଭଂଜ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, କେନ୍ଦୁଝର ଜିଲ୍ଲା ସଭାପତି ସବୁଜ ଅଂଶୁମାନ ମହନ୍ତ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking