30.1 C
Bhubaneswar
Wednesday, April 24, 2024
Homeଓଡିଶାଯାହା ହୋଇଛି ଠିକ ହୋଇଛି: ପ୍ରତାପ

ଯାହା ହୋଇଛି ଠିକ ହୋଇଛି: ପ୍ରତାପ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ୍ ଏଜେନ୍ସି): ହାଇଦ୍ରାବାଦ ମହିଳା ଡାକ୍ତରାଣୀଙ୍କୁ ଗଣବଳାକ୍ରାର ପରେ ପୋଡ଼ି ମାରିଦେବା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ ଆଜି ଭୋରୁ ଏନକାଉଣ୍ଟର କରି ମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ପ୍ରତିକ୍ରୀୟା ପ୍ରକାଶ ପାଇବାରେ ଲାଗିଛି । ସମର୍ଥନ ବେଶୀ ଥିଲା ବେଳେ ବିରୋଧାଭାଷ କାଁ ଭାଁ ରହିଛି । ଏଥିରେ ଓଡ଼ିଶା ଆଇନମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରୀୟା ରଖିଛନ୍ତି । ଅବଶ୍ୟ ଏହା ତାଙ୍କର ବ୍ୟକ୍ତିଗତ ମତ କହି ଅସନ୍ତୋଷ ଝାଡ଼ିଛନ୍ତି । ଏନକାଉଣ୍ଟକୁ ସେ ସମର୍ଥନ କରିଛନ୍ତି । କୋର୍ଟ କଚେରୀରେ ଯେଉଁଭଳି ମାମଲା ଦୀର୍ଘ ସମୟ ଧରି ଗଡ଼ି ଚାଲିଛି ସେଥିନେଇ ତାଙ୍କର ଆଉ ଆଇନ ବ୍ୟବସ୍ଥା ଉପରେ ଭରଷା ରହୁନାହିଁ । ସେଥିପାଇଁ ସେ କୋର୍ଟ କଚେରୀ ଅପେକ୍ଷା ଏଭଳି ବ୍ୟବସ୍ଥାକୁ ପରୋକ୍ଷରେ ସମର୍ଥନ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ମୋର ବ୍ୟକ୍ତିଗତ ମତ ହେଉଛି ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଥିଲା ତାହା ବହୁ ସମ୍ବେଦନଶୀଳ ଘଟଣା । ସେହି ଘଟଣାରେ ଯେଉଁମାନେ ଦୋଷୀ ଥିଲେ ସେମାନଙ୍କୁ ଯେତେବେଳେ କୋର୍ଟକୁ ନିଆଯାଉଥିଲା ସେମାନେ ସେତେବେଳେ ଖସିକି ବଳାଇଯିବାକୁ ଯାଇଥିଲେ । ଏହାଦ୍ୱାରା ହାଇଦ୍ରାବାଦରେ ସେମାନଙ୍କୁ ଏନକାଉଣ୍ଟର କରିବା ଦ୍ୱାରା ସେମାନଙ୍କର ମୃତ୍ୟୁ ହେଲା । ପ୍ରଥମ କଥା ହେଲା ସେମାନେ ବହୁତବଡ଼ ଦୋଷୀ ଏବଂ ସେଥିପାଇଁ ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ଥିଲା । ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ଥିଲା । ହାଇଦ୍ରାବାଦ ପୁଲିସଠାରୁ ସେମାନେ ଯେତେବେଳେ ଖସିବାକୁ ଚାହୁଁଥିଲେ ସେମାନଙ୍କୁ ପୁଲିସ ଏନକାଉଣ୍ଟର କରି ହତ୍ୟା କରିଛି । ମାନବାଧିକାର କମିଶନ କଣ କହିବ କି ଅନ୍ୟାନ୍ୟ ସଙ୍ଗଠନ କଣ କହିବେ ତାହା ମୁଁ ଜାଣିନି କିନ୍ତୁ ଅନେକ ଦେଶ ଅଛି ଯେଉଁ ଦେଶରେ ଏଭଳି କାଣ୍ଡ ଘଟାଉଥିବା ଅର୍ଥାତ ଯେଉଁମାନେ ରେପ ଭିକ୍ଟିମ ବା ଯେଉଁମାନେ ରେପ କରୁଛନ୍ତି ବା ରେପ ଅପରାଧି ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ରାଜରାସ୍ତାରେ ଗୁଳି କରି ମାରିଦିଆଯାଉଛି, ମୁଣ୍ଡ କାଟି ଦିଆଯାଉଛି ଏପରି ଅନେକ ଦେଶରେ ହେଉଛି । ଆମ ଦେଶରେ ମଧ୍ୟ ଏପରି କଠୋର ଆଇନ ହେବା ଉଚିତ । ଆମେ କେବଳ କୋର୍ଟ କି ଅନ୍ୟାନ୍ୟ ଉପରେ ନିର୍ଭର କରିକି ଏହାକୁ ଲିଙ୍ଗରିଙ୍ଗ କରିବା ଅପେକ୍ଷା ଭାବୁଛି କି କଠୋର ଦଣ୍ଡ ତାଙ୍କୁ ମିଳିବା ଦରକାର । ମୁଁ ଭାବୁଛି ହାଇଦ୍ରାବାଦରେ ଯାହା ହୋଇଛି ଉଚିତ ପଦକ୍ଷେପ ହୋଇଛି । ଦୋଷୀକୁ ଦଣ୍ଡ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking