29.1 C
Bhubaneswar
Wednesday, April 24, 2024
Homeଓଡିଶାପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଭଦ୍ରକ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ଆଜି ପରଲୋକ ହୋଇଛି। ଜଗନ୍ନାଥ ରାଉତ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଅଷ୍ଟମ, ନବମ ଓ ଏକାଦଶ ବିଧାନସଭାରେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ସହିତ ରାଜ୍ୟର ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ କାର‌୍ୟ୍ୟ କରିଥିଲେ।
ଜଗନ୍ନାଥ ରାଉତ ଭଦ୍ରକ ଜିଲ୍ଲାର ଧୁଷୁରି ବ୍ଲକର ନରସିଂହପୁର ଗାଁରେ ସେ ଜନ୍ମ ହୋଇଥିଲେ। ଭଦ୍ରକର ଧାମନଗର ଆସନରୁ ୩ ଥର କଂଗ୍ରେସ ବିଧାୟକ ଥିଲେ । ୧୯୮୯ରୁ ୧୯୯୦ ଯାଏଁ ଶିଳ୍ପ ମନ୍ତ୍ରୀ, ୧୯୯୫ରୁ ୧୯୯୮ ମସିହା ଯାଏଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ୧୯୯୮ରୁ ୧୯୯୯ ଯାଏଁ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ୱ ନିବର୍ବାହ କରିଥିଲେ। ତାଙ୍କର ଏକମାତ୍ର ପୁତ୍ର ଅଭିଷେକ ରାଉତ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟଥିବା ବେଳେ ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking