43.9 C
Bhubaneswar
Friday, April 19, 2024
Homeଓଡିଶାଅସନ୍ତୁଳିତ ଜନସଂଖ୍ୟା ଯୋଗୁଁ ଦେଶରେ ଗୃହ ଯୁଦ୍ଧ ହେବା ସହ ପଶ୍ଚିମବଙ୍ଗ ,କେରଳ ଓ ଆସାମର...

ଅସନ୍ତୁଳିତ ଜନସଂଖ୍ୟା ଯୋଗୁଁ ଦେଶରେ ଗୃହ ଯୁଦ୍ଧ ହେବା ସହ ପଶ୍ଚିମବଙ୍ଗ ,କେରଳ ଓ ଆସାମର ପରିସ୍ଥିତି କାଶ୍ମୀର ପଣ୍ଡିତଙ୍କ ଭଳି ହେବ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

.ଯାଜପୁର : ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସର୍ବଭାରତୀୟ ସଭାପତି ଅନିଲ ଚୌଧୁରିଙ୍କ ଫେସବୁକରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଅନଲାଇନ ବୈଠକରେ ଦେଶର 400 ଜିଲ୍ଲାର ଲକ୍ଷାଧିକ କ୍ରାନ୍ତିକାରୀ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧନ କରି, ବେରୋଜଗାରୀ ,ଗରିବୀ,କୁପୋଷଣ ଓ କ୍ଷୁଦାର ମୁଖ୍ୟ କାରଣ ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଥିବା ଜନସଂଖ୍ୟା ବୋଲି କହିଥିଲେ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଭାରତର ସବୁ ନାଗରିକମାନଙ୍କ ପାଇଁ ସଂସଦର ଦୁଇ ସନ୍ତାନ ଆଇନ ପ୍ରଣୟନ କରିବା ପାଇଁ ଆହ୍ବାନ ଦେଇଥିଲେ। ଭାରତରେ 18ପ୍ରତିଶତ ଜନସଂଖ୍ୟା ରହିଥିବା ବେଳେ ପୃଥିବୀର ମାତ୍ର 2.4 ପ୍ରତିଶତ ଭୂଖଣ୍ଡ ଓ ପାନୀୟ ଜଳ ମାତ୍ର 4 ପ୍ରତିଶତ ଅଛି । କେବଳ ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ହିଁ ସରକାରଂକ ସବୁ ପ୍ରକାର ର ଜନହିତ କାର୍ଯ୍ୟକ୍ରମ ଗୁଡ଼ିକ ସଫଳ ରୂପାୟନ ହୋଇପାରୁ ନାହିଁ । ଦେଶମାତୃକାର ସୁରକ୍ଷା ଉଦ୍ଦେଶ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କାନୁନ ପାଇଁ ପ୍ରତ୍ୟେକ ରବିବାର ନିଜ ନିଜ ଭିତରେ ଆଲୋଚନା କରିବା ସହିତ ମାସର ଶେଷ ଶୁକ୍ରବାର ରେ ଜିଲ୍ଲା ଆଉ ତହସିଲ ର ମୁଖ୍ୟ ଅଧିକାରୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ଦେବା କରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଉତ୍ତମ ବାତା ବରଣ ସୃଷ୍ଟି କରିଛି ।

ଜମ୍ମୁ, ହିମାଚଳ ପ୍ରଦେଶ, ପଞ୍ଜାବ,ଉତ୍ତରାଖଣ୍ଡ, ହରିୟାଣା, ଦିଲ୍ଲୀ,ରାଜସ୍ଥାନ,ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ, ଓଡ଼ିଶା,ପଶ୍ଚିମ ବଙ୍ଗଳା, ଆସାମ, ତ୍ରିପୁରା, ଗୁଜୁରାଟ,ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ସମେତ ସବୁ ରାଜ୍ୟରେ କାର୍ଯ୍ୟକର୍ତ୍ତା ମାନେ ପ୍ରବଳ ଉତ୍ସାହର ସହ କାର୍ଯ୍ୟ କରୁଥିବାରୁ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ଆଗାମୀ 11 ଜୁଲାଇ ବିଶ୍ୱ ଜନସଂଖ୍ୟା ଦବସରେ ଗାଁ ଗାଁ ଗଲି କନ୍ଦିରେ ଜନଜାଗରଣ ସୃଷ୍ଟି କରି ଆନ୍ଦୋଳନକୁ ଆହୁରି ସତେଜ କରିବା ପାଇଁ ସମଗ୍ର ଦେଶରେ ଥିବା ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀଯୁକ୍ତ ସିଂ ଆହ୍ବାନ ଦେଇଥିଲେ ।
ସଙ୍ଗଠନରେ ମୁଖ୍ୟ ସଂଯୋଜକ ଡାଃ ଇନ୍ଦରେଶ କୁମାର ଜିଙ୍କ ଜାମସେଦପୁର,ଝାଡ଼ଖଣ୍ଡ ,ବିହାର ଓ ବିଭିନ୍ନ ରାଜ୍ୟରେ ବୁଲି ବୁଲି ଜନସଚେତନତା କରୁଥିବାରୁ ଶ୍ରୀ ସିଂ ତାଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀ ଇନ୍ଦରେଶ୍ କୁମାରଙ୍କ କାର୍ଯ୍ୟକ୍ରମକୁ ସମୂହ ସଫଳ କରିବାକୁ ଆଶା ପ୍ରକଟ କରିଥିଲେ। ସେ ଆହୁରି କହିଥିଲ ଯେ ମୁଁ ଜଣେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ମଧ୍ୟ ସଂଗଠନ ସହ ମିଶି ଗାଁ ଗାଁ ରେ ଛୋଟ ଛୋଟ ସଭାରେ ଉପସ୍ଥିତ ରହି ସଂଗଠନ କୁ ମଜବୁତ କରୁଛି। ଜାତିବାଦ ନାମକ କେନ୍ସର ଭଳି ବେମାରୀ ଆମ ଦେଶରେ ଆଧିପତ୍ୟ ବିସ୍ତାର କରି ଆମକୁ ଆତ୍ମଘାତୀ ଆକ୍ରମଣ କରୁଛି। ଅଖଣ୍ଡ ଭାରତ ନିର୍ମାଣ ଏବଂ ହିନ୍ଦୁ ସଂସ୍କୃତି ର ଉନ୍ନତି ପାଇଁ ଆମକୁ ଜାତିବାଦକୁ ଛାଡି ସମସ୍ତେ ଏକାଠି ହେବାକୁ ପଡିବ।
ଶେଷରେ ସେ କହୁଥିଲେ କି ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଜନସଂଖ୍ୟା ନିୟନ୍ତ୍ରଣ କାନୁନ ଅତି ଶୀଘ୍ର ସଂସଦ ରେ ପାରିତ ହେବ ଓ ଦେଶର ସମସ୍ତ ନାଗରିକ ଙ୍କ ଉପରେ ସମାନ ଭାବରେ ଲାଗୁ ହେବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ଙ୍କ ଏହି କାର୍ଯ୍ୟ କ୍ରମକୁ ରାଜ୍ୟ ସଭାପତି ବିପିନ ବିହାରୀ ଦାସ ତାଙ୍କ ନିଜସ୍ଵ ବାସଭବନ ରେ ଗ୍ରାମର ବହୁ ବ୍ୟକ୍ତିଙ୍କ ସହ ସାମିଲ୍ ହୋଇ ଥିଲେ ।ଏ ହି କାର୍ଯ୍ୟ କ୍ରମ ରେ ଯାଜପୁର ଜିଲ୍ଲାର ଲଷ୍ମୀନଗର ପଂଚାୟତ ରେ ଥିବା ରାମ ମନ୍ଦିର ପରିସର ରେ ଜିଲ୍ଲା ସଭାପତି ନିତ୍ୟ। ନନ୍ଦ ମହାଳିକ,ଉପ ସଭାପତି କସିନାଥ ସାହୁ ଟୁଲଟୁଲ ଜେନା, ନିରାକାର ସାହୁ, ଦୀପକ ବଳ ରେଚକ ପ।ଢ଼ି ଅସିତ ଦାସ, ଦୀପକ ଦାସ ଓ ଗ୍ରାମର ବହୁ ପୁରୁଷ ମହିଳାଙ୍କ ସମତେ ଉପସ୍ଥିତ ଥିଲେ।

-ରିପୋର୍ଟ ଅଭିମନ୍ୟୁ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking