43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଗିରଫ ଭୟରେ କୋର୍ଟରୁମ୍‌ରୁ ମନ୍ତ୍ରୀ ଚମ୍ପଟ

ଗିରଫ ଭୟରେ କୋର୍ଟରୁମ୍‌ରୁ ମନ୍ତ୍ରୀ ଚମ୍ପଟ

କାନପୁର: କାନ୍‌ପୁରର ଏକ ଅଦାଲତ ଶନିବାର ଉତ୍ତରପ୍ରଦେଶ (ୟୁପି) ମନ୍ତ୍ରୀ ରାକେଶ ସାଚାନ୍‌ଙ୍କୁ ଅସ୍ତ୍ରଶସ୍ତ୍ର ମାମଲାରେ ଦୋଷୀସାବ୍ୟସ୍ତ କରିଛନ୍ତି । ତେବେ ଗିରଫ ହେବା ଭୟରେ ରାକେଶ କୋର୍ଟରୁମ୍ ଛାଡି ପଳାଇଥିବା ଜଣାପଡିଛି । ଦଣ୍ଡବିଧାନ ପୂର୍ବରୁ ବିଚାରପତିଙ୍କ ବିନା ଅନୁମତିରେ କୋର୍ଟରୁମ୍‌ରୁ ପ୍ରସ୍ଥାନ କରିଥିବାରୁ କୋର୍ଟ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ କୋଟ୍‌ୱାଲି ଥାନାରେ ଏତଲା ଦାଏର କରାଯାଇଛି । ରାକେଶଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ସଂପୃକ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ମିଳିବାପରେ ଥାନା ପକ୍ଷରୁ କୋର୍ଟରୁମ୍‌ରେ ଲାଗିଥିବା ସିିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି ।

ଦିନେ ଦୁଇଦିନ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ ହେବ ବୋଲି କାନ୍‌ପୁରର ଯୁଗ୍ମ ପୁଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ରାକେଶ ଏଭଳି ଚମ୍ପଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ବର୍ତ୍ତମାନ କାନପୁରରେ ଅବସ୍ଥାନ କରୁଥିବାବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରୁଥିବା କହିଛନ୍ତି । କାନପୁର ନିବାସୀ ରାକେଶ ସମାଜବାଦୀ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ୧୯୯୩, ୨୦୦୨ରେ ବିଧାୟକ ଏବଂ ୨୦୦୯ରେ ଫତେପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ସମାଜବାଦୀ ପାର୍ଟି ଛାଡି କଂଗ୍ରେସରେ ଯୋଗଦେଇଥିଲେ । ତେବେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିକୁ ଲମ୍ଫପ୍ରଦାନ କରି ଭୋଗନିପୁର ଆସନରୁ ବିଧାନସଭା ନିର୍ବାଚିତ ହେବାସହିତ ଯୋଗୀଙ୍କ କ୍ୟାବିନେଟ୍‌ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରିପଦ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking