39.8 C
Bhubaneswar
Thursday, April 18, 2024
Homeଓଡିଶାରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର...

ରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

  1. ୨୦୨୧-୨୨ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟିର ଅନୁଦାନ

     ପୂର୍ବବର୍ଷ ଅପେକ୍ଷା ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ
     ଓଡିଶା ତଥା ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତା
     ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ
     କଂଗ୍ରେସ ସରକାର ତୁଳନାରେ ମୋଦି ସରକାରରେ ଓଡିଶାକୁ ମିଳୁଛି ବିପୁଳ ଅର୍ଥ
     ଓଡିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୩୯ଟି ରେଳ ପ୍ରକଳ୍ପ କ୍ରିୟାନ୍ୱିତ ହେଉଛି
     ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ପାଇଁ ୧୦୦୦ କୋଟି ଓ ଅନୁଗୁଳ-ସୁକିନ୍ଦା
    ରୋଡ୍ ପାଇଁ ୪୦୦ କୋଟି ବିପୁଳ ଅର୍ଥ ରେଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ
     ରାଜ୍ୟର ତିନୋଟି ଜିଲ୍ଲା ସୋନପୁର, ବୌଦ୍ଧ ଓ କନ୍ଧମାଳରେ ରାଜ୍ୟ ସରକାର ଜମି ଅଧିଗ୍ରହଣ
    କଲେ ରେଳ କାମ ତ୍ୱରାନ୍ୱିତ ହେବ
     ଯାତ୍ରୀ ସୁବିଧା ପାଇଁ ୩୦୦.୮ କୋଟି ଟଙ୍କାର ବିପୁଳ ଅନୁଦାନ
     କଳାହାଣ୍ଡିରେ ବିଦ୍ୟୁତ୍ ଇଞ୍ଜିନ୍ କାରଖାନା ପ୍ରତିଷ୍ଠାକୁ ସ୍ୱାଗତ
     ପୂର୍ବ ଭାରତର ରେଳ ଭିତିଭୂମି ବିକାଶରେ ଅନୁଗୁଳକୁ ମଧ୍ୟ ମିଳିଛି ପ୍ରାଧାନ୍ୟ

  2. ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ
    ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା
    ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଏବଂ କେନ୍ଦ୍ର
    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବିପୁଳ ଅର୍ଥ
    ଅନୁଦାନ ମାଧ୍ୟମରେ ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯିବା ସହ
    ରାଜ୍ୟରେ ରେଳ ଭିତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ କରିବା ଓ ଯାତ୍ରୀଙ୍କ ସୁବିଧା ବଢାଇବାକୁ
    ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।
    ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି
    ା ମୋଦି ସରକାରରେ ବିଗତ ୬ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ
    ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ରେଳର ଅନୁଦାନ ବଢିଛି । ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ
    ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି ।
    ଓଡିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୪,୮୭୭ କିମିର ୩୯ଟି ରେଳ ପ୍ରକଳ୍ପ ବିଭିନ୍ନ
    ପର୍ଯ୍ୟାୟରେ କ୍ରିୟାନ୍ୱିତ ହେଉଛି । ମୋଦି ସରକାର ଓଡିଶାକୁ ଅଧିକ ପ୍ରାଥମିକତା ଦେଉଛନ୍ତି । କଂଗ୍ରେସ
    ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର
    ୮୩୮ କୋଟି ଟଙ୍କା ଦିଆଯାଇଥିଲା । ମାତ୍ର ମୋଦି ସରକାରରେ ୨୦୧୪-୧୯ ମଧ୍ୟରେ ୩୯୨
    ପ୍ରତିଶତ ବୃଦ୍ଧି ପାଇ ବାର୍ଷିକ ହାରାହରି ୪,୧୨୬ କୋଟି ଟଙ୍କା ଦିଆଯାଉଛିା ପୂର୍ବଦୋୟର ବିକାଶ ପାଇଁ
    ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
    ଚଳିତ କେନ୍ଦ୍ରର ରେଳ ବଜେଟରେ ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପାଇଁ
    ୧୦୦୦.୫୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ରାଜ୍ୟ ସରକାର ରାଜ୍ୟର ତିନୋଟି ଜିଲ୍ଲା
    ସୋନପୁର, ବୌଦ୍ଧ ଓ କନ୍ଧମାଳରେ ଚାଲିଥିବା ରେଳ କାମରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କଲେ ଏହି
    କାମ ତ୍ୱରାନ୍ୱିତ ହେବ । ଏହାବ୍ୟତିତ ବଜେଟରେ ୯୮.୭ କିମିର ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ
    ୪୦୦ କୋଟି ଟଙ୍କା ,୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା
    ଦିଆଯାଇଛି । ଏହା ଦ୍ୱାରା ଏହି ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ । ଏହାସହ ସମ୍ବଲପୁର- ତାଳଚେରର
    ୧୭୪.୧୧ କିମି ରେଳ ଲାଇନ ଦୋହରୀକରଣ ପାଇଁ ୧୭୩.୮୨ କୋଟି ଟଙ୍କା, ସମ୍ବଲପୁର –
    ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନର ଦୋହରୀକରଣ ପାଇଁ ୨୦୦ କୋଟି ଟଙ୍କା, ଟିଟିଲାଗଡରୁ
    ବିଜୟନଗରମ୍ ୨୬୪.୬ କିମି ତୃତୀୟ ଲାଇନ ପାଇଁ ୩୦୦ କୋଟି ଟଙ୍କା ରାଉରକେଲାରୁ ଝାରସୁଗୁଡା
    ତୃତୀୟ ଲାଇନ ପାଇଁ ୨୩୦ କୋଟି ଟଙ୍କା ଦିଆଯାଇଛି ।
    ଚଳିତ ଆର୍ଥିକ ବର୍ଷ ପାଇଁ ନୂଆ ଲାଇନର କାର୍ଯ୍ୟ ପାଇଁ ୧୫୫୩.୬୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
    ସେହିପରି ରାଜ୍ୟରେ ରେଳଲାଇନର ଦୋହରୀକରଣ ପାଇଁ ୧୭୦୨.୪୯ କୋଟି ଟଙ୍କା ଦିଆଯାଇଛି ।
    ଯାତ୍ରୀ ସୁବିଧା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦.୮ କୋଟି ଟଙ୍କା ଦିଆଯାଇଥିଲା ମାତ୍ର ୨୦୨୧
    -୨୨ ଆର୍ଥିକ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇ ୩୦୦.୮ କୋଟି ଟଙ୍କା କରାଯାଇଛି । ଅନୁଗୁଳ
    ଇଲେକ୍ଟ୍ରିକ୍ ଲୋକୋ ସେଡ୍ ହୋଲ୍ଡିଂ କାପାସିଟିକୁ ୧୦୦ ଇଞ୍ଜିନରୁ ବୃଦ୍ଧି କରାଯାଇ ୧୫୦ ଇଞ୍ଜିନକୁ
    କରାଯାଇଛି । ଏହାଦ୍ୱାରା ପୂର୍ବ ଭାରତରେ ଅନୁଗୁଳକୁ ରେଳ ଇଞ୍ଜିନ ଲୋକୋସେଡ୍‌ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ
    ପାଇବ । କଳାହାଣ୍ଡିରେ ବିଦ୍ୟୁତ୍ ଇଞ୍ଜିନ୍ କାରଖାନା ମଧ୍ୟ ପ୍ରତିଷ୍ଠା କରିବା ନେଇ ବଜେଟରେ ଘୋଷଣା
    କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking