27.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାର ହସ୍ତଶିଳ୍ପ ଓ ବୟନଶିଳ୍ପର ଚାହିଦା ବଢାଇବା ପାଇଁ ଭୋକାଲ୍ ଫର୍ ଲୋକାଲ୍ ହେବାକୁ ପଡିବ...

ଓଡ଼ିଶାର ହସ୍ତଶିଳ୍ପ ଓ ବୟନଶିଳ୍ପର ଚାହିଦା ବଢାଇବା ପାଇଁ ଭୋକାଲ୍ ଫର୍ ଲୋକାଲ୍ ହେବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

 ସମ୍ବଲପୁର ଶାଢ଼ୀ, କୋଟପାଡ଼ ବସ୍ତ୍ର ଏବଂ ରଘୁରାଜପୁରର ପଟ୍ଟଚିତ୍ରର ସାମଗ୍ରୀର ଚାହିଦା ବଢାଇବା
ଦରକାର
 ଟିକା ନେବା ପର୍ଯ୍ୟନ୍ତ କୋଭିଡ୍ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ଅନୁରୋଧ
ଭୁବନେଶ୍ୱର : ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ
କରିବାକୁ ହେବ । ତେଣୁ ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା
ଆମର ଶିଳ୍ପୀ, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁର ଶାଢ଼ୀ, କୋଟପାଡ଼ ବସ୍ତ୍ର ଏବଂ ରଘୁରାଜପୁରର
ପଟ୍ଟଚିତ୍ର ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ସମଗ୍ର ଭାରତବର୍ଷ ଓ ବିଶ୍ୱରେ ବଢ଼ାଇବା ପାଇଁ ଆମକୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର୍ ଲୋକାଲ୍ ମାର୍ଗରେ ଚାଲିବାକୁ ହେବ ବୋଲି ଭୁବନେଶ୍ୱର
ଜନତା ମଇଦାନରେ ତୋଷାଳ ମେଳା ବୁଲିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ପଂଚଦଶ ‘ତୋଷାଳି ଜାତୀୟ
ହସ୍ତଶିଳ୍ପ ମେଳା’ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର, ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ଦ୍ୱାରା
ପ୍ରସ୍ତୁତ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଅତ୍ୟନ୍ତ ଚମତ୍କାର ।
କରୋନା ମହାମାରୀର ମୁକାବିଲା କରି ସ୍ୱଭାବିକ ସ୍ଥିତିକୁ ଆସିଥିଲେ ମଧ୍ୟ ଏବେ ବି ଟିକା ନେବା ପର୍ଯ୍ୟନ୍ତ
କୋଭିଡ୍ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ହେବ । ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ସାବୁନରେ
ହାତ ଧୋଇବା ଏବଂ ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ
ପ୍ରଧାନ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking