28.1 C
Bhubaneswar
Friday, March 29, 2024
Homeଓଡିଶାବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ - ଧର୍ମେନ୍ଦ୍ର...

ବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ – ଧର୍ମେନ୍ଦ୍ର ପ୍ରଧାନ

 ବି.କେ ବିଦ୍ୟାପୀଠକୁ ଆଦର୍ଶ ବିଦ୍ୟାଳୟ କରିବା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ
 ମହାବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତିମାନ
 ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭ କରୁ ବି.କେ ବିଦ୍ୟାପୀଠ
 ସାମୂହିକ ପ୍ରଚେଷ୍ଟାରେ ନୂଆ କୃଷି ଅର୍ଥନୀତିର ପରିଚୟ ହେଉ ବାଙ୍କୀ
 ପ୍ରଧାନମନ୍ତ୍ରୀଙ୍କ ନୂଆ କୃଷି ଆଇନରେ ସମୃଦ୍ଧ ହେବ ବାଙ୍କୀ ଅଂଚଳ
 ବାଙ୍କୀରେ ଉତ୍ପାଦିତ ପନିପରିବାକୁ ଟେକ୍ନୋଲୋଜିରେ ସବୁ ବଜାର ସହ ଯୋଡିବା ପାଇଁ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ : ବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ
ମୂଳଭୂତ ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ ବୋଲି ବୁଧବାର ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର
ଶତବାର୍ଷିକୀ ଉଦଘାଟନ ସମାରୋହରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ
ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନେତୃତ୍ୱ ଏହାକୁ କୁହାଯିବ ଯେ ବାଙ୍କୀ ଅଂଚଳର ସାମାନ୍ୟ ଲୋକର ଜୀବନରେ
ମୂଳଭୂତ ପରିବର୍ତନ ଆଣିବ । ଦଳ, ମତ, ବିଚାର ନିର୍ବିଶେଷରେ ଆମେ ଏହି ସାମାଜିକ ଦାୟିତ୍ୱ ପୂରା
କରିବାର ଆବଶ୍ୟକତା ରହିଛି । ଏହି ବିଦ୍ୟା ମନ୍ଦିର ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭ କଲେ ହିଁ
ନିଜ ଯଥାର୍ଥତାକୁ ସାଧିତ କରିବ । ଏହା ହିଁ ଶାନ୍ତି ନିକେତନର ପ୍ରେରଣା ଥିଲା ତଥା ମହାତ୍ମା ଗାନ୍ଧୀଙ୍କ
ଚରଖା ଚଲାଇବା ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ଇଁଚୁଡି ଠାରେ ଲବଣ ସତ୍ୟାଗ୍ରହର
ଉଦ୍ଦେଶ୍ୟ ଥିଲା । ସେହିପରି ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଢ଼ାଂଚାରେ ବାଙ୍କୀକୁ
ଏକ ଆଦର୍ଶ ତଥା କୃଷି ଅର୍ଥନୀତିରେ ପରିଣତ କରିବା ଦିଗରେ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ପୂରାତନ
ଓ ନୂତନ ଛାତ୍ରମାନେ ସାମୂହିକ ପ୍ରଚେଷ୍ଟା କରିବା ଦରକାର ।
ମହାନଦୀ ଅବବାହିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପୃଷ୍ଠଭୂମିରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠ ପାଇଁ
ଜଣାଶୁଣା ବାଙ୍କୀ ଅଂଚଳ ଉତ୍କଳୀୟ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ଚଷାଚାଷୀର ମାଟି ସହ ଜଡ଼ିତ ।
ମହାବିଦ୍ୟାଳୟଟି ଆଜି ୧୦୦ ବର୍ଷ ପୂରଣ କରିବା ବିରଳ ତଥା ଗୌରବମୟ କୀର୍ତିମାନ ଏବଂ ପୂର୍ବଜ
ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବାଙ୍କୀର ପୂର୍ବଜ ତଥା ପୂର୍ବପୁରୁଷ ବରେନ୍ଦ୍ର କୃଷ୍ଣ ଅଧିକାରୀ ତଥା ଅନେକ
ବିଶିଷ୍ଟ ବ୍ୟକ୍ତିସମୂହଙ୍କ ପ୍ରଚେଷ୍ଟା ଯୋଗୁଁ ବାଙ୍କୀ ଉପଖଣ୍ଡରେ ବି.କେ ବିଦ୍ୟାପୀଠ ପ୍ରଥମେ ବାଙ୍କୀ – ଡ଼ମପଡ଼ା
ହାଇସ୍କୁଲ ନାମରେ ପ୍ରତିଷ୍ଠା ହୋଇଥିଲା । ଡ଼ାକ୍ତର ଯୋଗେଶ ରାଉତ, ଯଷ୍ଟିସ୍ ଯୁଗଳ କିଶୋର ମହାପାତ୍ର,
ବନବିହାରୀ ପଣ୍ଡା, ବାଉରୀବନ୍ଧୁ ନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଏହି
ବିଦ୍ୟାଳୟରୁ ପାଠ ପଢ଼ି ବାଙ୍କୀ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।
ବାଙ୍କୀ ଭଳି କୃଷି ପ୍ରଧାନ ଅଂଚଳକୁ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ
କୃଷି ଆଇନ ପ୍ରଣୟନ କରାଯାଇଛି । ଏହି ନୂଆ କୃଷି ଆଇନରେ ବାଙ୍କୀର କୃଷି ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ
ହେବ, ବାହାର ବଜାରରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ସଠିକ୍ ମୂଲ୍ୟ ପାଇପାରିବ ଏବଂ
କୃଷିକୁ ବ୍ୟବସାୟର ରୂପ ଦେଇପାରିବ । ସ୍ୱାଭାବିକ ପାଠପଢ଼ା ସହ କୃଷି ବ୍ୟବସାୟ ତଥା ବାଙ୍କୀରେ
ଉତ୍ପାଦିତ ପନିପରିବାକୁ ବଜାର ସହ ଯୋଡ଼ିବା ପାଇଁ ବିଦ୍ୟାଳୟର ପୂରାତନ ଓ ଆଜିର ଛାତ୍ରମାନେ
ବଦ୍ଧପରିକର ହେବା ଦରକାର ।
ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ସ୍କୁଲ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ ପଦକ୍ଷେପ ।
ଜ୍ଞାନ ସହ କୌଶଳକୁ ଯୋଡ଼ିବା ପାଇଁ ଏହି ଶିକ୍ଷାନୀତିରେ ପ୍ରାଥମିକତା ଦିଆଯାଇଛି । ଭୋକାଲ ଫର୍‌
ଲୋକାଲ ଓ ଆତ୍ମନିର୍ଭର ଭାରତ ଆନ୍ଦୋଳନରେ ନଆ ଶିକ୍ଷା ନୀତି ଆଧାରରେ ଏହି ଶହେ ବର୍ଷର ଶିକ୍ଷା
ମନ୍ଦିର କିପରି ଆଦର୍ଶ ବିଦ୍ୟାଳୟ ହେବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking